ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା Realme 14x 5G ସ୍ମାର୍ଟଫୋନ । ଆଜି ଏହାକୁ ଭାରତରେ ଲଞ୍ଚ କରାଯାଇଛି । ଫୋନଟି ଦେଖିବାକୁ ଯେମିତି ଆକର୍ଷଣୀୟ ଦାମ୍ ମଧ୍ୟ ସେତିକି ଶସ୍ତା ରହିଛି । କମ୍ପାନୀ ଏହାକୁ 3ଟି କଲରରେ ଲଞ୍ଚ କରିଥିବା ବେଳେ 6000mAh ବ୍ୟାଟେରୀ ରହିଛି । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ 14999 ଟଙ୍କା ରହିଥିବା ବେଳେ ଫ୍ଲିପକାର୍ଟରେ ଏହି ଫୋନ ଉପଲବ୍ଧ ରହିଛି । ଏହି ଫୋନକୁ ତିନୋଟି କଲର ଅପସନ Crystal Black, Golden Glow ଓ Jewel Redରେ କିଣିପାରିବେ । 10GB ପର୍ଯ୍ୟନ୍ତ ଭର୍ଚ୍ଚୁଆଲ୍ RAM ସମର୍ଥନ ମଧ୍ୟ ପ୍ରଦାନ କରିବ ।
ରିଅଲ୍ ଫୋନ୍ ଆଣ୍ଡ୍ରଏଡ୍ 14-ଆଧାରିତ ରିଅଲମି UI 5.0ରେ ଚାଲିଥାଏ । କମ୍ପାନୀ ଏହି ଫୋନରେ 2ଟି ଜେନେରେସନର ଆଣ୍ଡ୍ରଏଡ ଭର୍ସନ ଅପଡେଟ ଦେଇଥିବା କହିଛି । 5G, 4G LTE, ଡୁଆଲ୍-ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍ ଏବଂ ଚାର୍ଜିଂ ପାଇଁ ଏକ USB ଟାଇପ୍-ସି ପୋର୍ଟ ରହିଛି । କମ୍ପାନୀ ଏବେ ଏହି ଫୋନ ଉପରେ ତତକ୍ଷଣାତ 1000ଟଙ୍କା ବ୍ୟାଙ୍କ ଡିସକାଉଣ୍ଟ ପ୍ରଦାନ କରୁଛି । 6GB + 128GB ମଡେଲର ଦାମ୍ 14ହଜାର 999 ଟଙ୍କା ରହିଥିବା ବେଳେ 8GB + 128GBର ଦାମ୍ 15 ହଜାର 999 ଟଙ୍କା ରହିଛି । ଭାରତୀୟ ବଜାରରେ Realme 12x ସ୍ମାର୍ଟଫୋନ ପରେ ଲଞ୍ଚ କରାଯାଇଛି । Realme 12xରେ ୟୁଜରଙ୍କୁ 6.72 ଇଞ୍ଚର ଡିସପ୍ଲେ ମିଳୁଥିବା ବେଳେ ଏହି ନୂଆ ମଡେଲ ଛୋଟ 6.67 ଇଞ୍ଚର ଡିସପ୍ଲେ ରହିଛି ।