fbpx

Rechargeable LED Bulb ଘରକୁ ଆଣନ୍ତୁ: ବିଦ୍ୟୁତ କଟିଗଲେ ବି ଜଳିବ ଘଣ୍ଟା ଘଣ୍ଟା

ନୂଆଦିଲ୍ଲୀ: ଅନ୍ଧାରକୁ ଦୂର କରିବା ପାଇଁ ଲାଇଟ୍ ନିହାତି ଆବଶ୍ୟକ । ଆମେମାନେ ସାଧାରଣ ଭାବେ ରାତି ସମୟରେ ବିଭିନ୍ନ ପ୍ରକାରର ଲାଇଟ୍ ବ୍ୟବହାର କରିଥାଉ । କରେଣ୍ଟ କଟ୍ ସମୟରେ ଏହି ଲାଇଟ୍ ମଧ୍ୟ ଜଳିବା ବନ୍ଦ କରିଦେଇଥାଏ । ତେବେ ଏବେ ମାର୍କେଟକୁ ଏକ ନୂଆ ପ୍ରକାରର ଲାଇଟ୍ ଆସିଯାଇଛି । ଲାଇଟ୍ କଟିଗଲେ ମହି ବଲବ ଜଳିବା ଜାରି ରହିବ ।

ସୂଚନା ମୁତାବକ, ରିଚାର୍ଜେବୁଲ ଏଲଇଡି ବଲବ ଆପଣଙ୍କୁ କରେଣ୍ଟ ଚାଲିଗଲା ପରେ ବି ଆଲୋକ ପ୍ରଦାନ କରିବ । ବିଜୁଳି କଟିଗଲା ପରେ ଆପଣଙ୍କୁ ଇନଭର୍ଟର ବିକଳ୍ପ ଖୋଜିବାକୁ ପଡ଼ିବ ନାହିଁ । ଏହି ବଲବକୁ ଆପଣମାନେ ଇ-କମର୍ସ ପ୍ଲାଟଫର୍ମରୁ ସହଜରେ ପାଇ ପାରିବେ । ଏହାର ମୂଲ୍ୟ ମଧ୍ୟ ଅଧିକ ନୁହେଁ । କମ୍ ଦାମରେ ଏହାକୁ ଆପଣ ଘରକୁ ଆଣି ଅନେକ ବେନିଫିଟ୍ ପାଇ ପାରିବେ ।

ଏଲଇଡି ବଲବ ଇନ-ବିଲ୍ଟ ବ୍ୟାଟେରୀ ସହିତ ଆସିଥାଏ । ସେହି କାରଣରୁ ବିଦ୍ୟୁତ ନ ଥିଲେ ବି ଏହାକୁ ଜଳାଇବା ପାଇଁ ଅନ୍ୟ ପାୱାର ସୋର୍ସର ଆବଶ୍ୟକତା ପଡ଼ିନଥାଏ । ଆପଣମାନେ ଅଲଗା ଅଲଗା ବ୍ରାଣ୍ଡର ବଲବ କିଣିପାରିବେ । ଏଗୁଡ଼ିକର ମୂଲ୍ୟ ପାଖାପାଖି ସମାନ ରହିଥାଏ । ୮ ୱାଟ ବିଶିଷ୍ଟ ବଲବ ପାଇଁ ଆପଣଙ୍କୁ ୫୦୦ ଟଙ୍କାରୁ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଥିରେ ୨୦୦୦ ଏମଏଏଚର ବ୍ୟାଟେରୀ ରହିଥାଏ ।

ସିଙ୍ଗଲ ଚାର୍ଜିଂରେ ଏହା ୪ ଘଣ୍ଟା ପର୍ଯ୍ୟନ୍ତ ପାୱାର ପ୍ରଦାନ କରିପାରିବ । ଏଥିରେ ଓଭର ଚାର୍ଜିଂର ବିପଦ ରହି ନଥାଏ । ବଲବରେ ଓଭର ଚାର୍ଜିଂ ପ୍ରୋଟେକ୍ସନ ପ୍ରଦାନ କରାଯାଇଛି । ଗୋଟିଏ ବଲବ ପାଇଁ ଆପଣଙ୍କୁ ୪୫୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଦୁଇଟି ବଲବର ପ୍ୟାକ ୮୬୮ ଟଙ୍କାରେ ମିଳିଯାଉଛି । ଆପଣ ଏହାକୁ ସିଧାସଳଖ ବିଜୁଳିରେ ବ୍ୟବହାର କରିପାରିବେ ଓ ବିଦ୍ୟୁତ ଚାଲିଯିବା ପରେ ଏହାକୁ ବ୍ୟାଟେରୀରେ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.