fbpx

କରୋନା ଭାଇରସ୍, ଦେଶରେ ଆରୋଗ୍ୟ ହାର ୫୦ % ଉପରେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୬ା୬: କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଠିକ ସମୟରେ ଠିକ ନିଷ୍ପତ୍ତି ଦ୍ୱାରା କରୋନା ନିୟନ୍ତ୍ରଣ ସମ୍ଭବ ହୋଇଛି । କିନ୍ତୁ କରୋନାରେ ଯାହାର ବି ମୃତ୍ୟୁ ହେଉ ଏହା ବହୁତ ଦୁଃଖଦପୂର୍ଣ୍ଣ । ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁହାର କମ୍ ରହିଛି ।ଭାରତରେ କରୋନା ଆରୋଗ୍ୟ ହାର ୫୦ ପ୍ରତିଶତ ଉପରେ ରହିଛି । ସେ କହିଛନ୍ତି ଯେ ଆମେ ଯଦି ସବୁ ନିୟମ ପାଳିବା ତେବେ ବହୁତ କମ୍ କ୍ଷତି ହେବ । ଯଦି ଟିକିଏ ଅସାବଧାନତା ଆମର ସବୁ ଚେଷ୍ଟାକୁ ପାଣିରେ ପକାଇବ ।
ସେହିପରି ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ବିନା ମାସ୍କରେ ଘରୁ ବାହାରିବା ସମସ୍ତଙ୍କ ପାଇଁ ବିପଦପୂର୍ଣ୍ଣ ଅଟେ । ମାସ୍କର ଉପଯୋଗ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ ଅଟେ । ସାମାଜିକ ଦୂରତା ସହ ନିୟମିତ ହାତ ଧୋଇବା ଅନିବାର୍ଯ୍ୟ ରହିଛି । ରାଜ୍ୟମାନଙ୍କର ଅନୁଭବ ଅନ୍ୟମାନଙ୍କ ପାଇଁ ଲାଭଦାୟକ । ଆତ୍ମନିର୍ଭର ଅଭିଯାନରେ ଅନେକ ଯୋଜନା କରାଯାଇଛି । ମେ ମାସରେ ଟୋଲ ଆଦାୟ ଅଧିକ ହୋଇଛି । ଚଳିତବର୍ଷ ମେ ରେ ଫର୍ଟିଲାଇଜର ବିକ୍ରି ଦୁଇଗୁଣା ହୋଇଛି । କୃଷକଙ୍କ କିପରି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । କୃଷକଙ୍କ ଉତ୍ପାଦ ବିକ୍ରି ପାଇଁ ନୂଆ ପଦକ୍ଷେପ ନିଆଯାଉଛି । ସ୍ଥାନୀୟ ସାମଗ୍ରୀର ଜିଲ୍ଲାସ୍ତରୀୟ ପରିଚିତ ଜରୁରୀ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.