fbpx

SSB Recruitment; ୧୦୦୦ରୁ ଅଧିକ ପଦବୀରେ ମିଳିବ ନିଯୁକ୍ତି: ଜାଣନ୍ତୁ ଆବେଦନର ତାରିଖ ଏବଂ ପ୍ରକ୍ରିୟା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ଗଢିବା ପାଇଁ ଇଚ୍ଛା ରଖୁଥିବା ପ୍ରାର୍ଥିମାନଙ୍କ ପାଇଁ ଆସିଛି ଏକ ଖୁସିର ଖବର । ରାଜ୍ୟ ସିଲେକ୍ସନ ବୋର୍ଡ ପକ୍ଷରୁ ଏକ ବଡ଼ ନିଯୁକ୍ତି ପ୍ରକ୍ରିୟାରେ ୧୦୦୦ରୁ ପଦବୀ ପାଇଁ ଅଧିକ ନିଯୁକ୍ତି ପ୍ରକାଶ ପାଇଛି । ଅଧ୍ୟାପକ-ଅଧ୍ୟାପିକାଙ୍କ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ଓଡ଼ିଶାର ଅଣ-ସରକାରୀ ସହାୟକ କଲେଜ ଗୁଡ଼ିକରେ ମୋଟ ୧୦୬୫ ପଦବୀରେ ଅଧ୍ୟାପକ-ଅଧ୍ୟାପିକା ଭାବରେ ନିଯୁକ୍ତି ପ୍ରଦାନ କରାଯିବା ନେଇ ବିଜ୍ଞପ୍ତିରେ ଦର୍ଶଯାଇଛି । ତେବେ ଏଥିପାଇଁ ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ମଧ୍ୟାହ୍ନ ୧.୦୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏହାଦ୍ୱାରା ବୋର୍ଡର ଅଫିସିଆଲ ୱେବସାଇଟ www.ssbodisha.ac.in କୁ ଯାଇ ଇଚ୍ଛୁକ ପ୍ରାର୍ଥିମାନେ ଆବେଦନ କରିପାରିବେ ।

ନିର୍ଦ୍ଦେଶାବଳୀ

ଏହି ପଦବୀ ପାଇଁ ସେପ୍ଟେମ୍ବର ୧୧ ତାରିଖରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏହାର ଶେଷ ତାରିଖ ରହିଛି ଅକ୍ଟୋବର ୧୩ ତାରିଖ । ଏହାପରେ କୌଣସି ପ୍ରାର୍ଥି ଆବେଦନ କରିପାରିବେ ନାହିଁ । ସେପ୍ଟେମ୍ବର ୧୧ ତାରିଖରୁ ରାଜ୍ୟ ସିଲେକ୍ସନ ବୋର୍ଡର ଅଫିସିଆଲ ୱେବସାଇଟରେ ଏହାର ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ହୋଇପାରିବ ବୋଲି ବୋର୍ଡ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.