fbpx

ପ୍ରବଳ ବର୍ଷା ନେଇ ୧୦ଜିଲ୍ଲାକୁ ରେଡ଼ ଆଲର୍ଟ!

ଭୁବନେଶ୍ୱର, ୧୯ା୮(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ତେଣୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ଏହାସହ ୧୦ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୧୦ଜିଲ୍ଲାଗୁଡ଼ିକ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ବୌଦ୍ଧ, ଜଗତସିଂହପୁର, କଟକ ଓ ଅନୁଗୁଳ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ କଚ୍ଚା ଘର ଓ ରାସ୍ତା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ସେହିପରି ୯ଜିଳ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳରେ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାସହ ରାଜ୍ୟର ସବୁ ବନ୍ଦରରେ ୩ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

Get real time updates directly on you device, subscribe now.