Video: ଭାରତ ଆଡ଼କୁ ଆସୁଥିଲା ନାଲି ଜାହାଜ, ମାଡ଼ି ବସିଲେ ନେଭି-ପୋଲିସ, ଜବତ ହେଲା ୨ହଜାର କୋଟିର..

ନୂଆଦିଲ୍ଲୀ: କଳା ପୋଷାକ। ଫୁଲି ଆର୍ମଡ ଅଫିସର। ଆଉ ଅପରେସନର ନାଁ “ସାଗର-ମନ୍ଥନ”। ଆଉ ଏହି ସାଗର ମନ୍ଥନ ଏବେ ଜଲୱା ଦେଖାଇଛି। ଲୁଚି ଲୁଚି ନାଲିଆ ଜାହାଜରେ ୭ଶହ କିଲୋର ମିଥ୍ ଡ୍ରଗ୍ସ ଧରି ଭାରତୀୟ ସାମୁଦ୍ରିକ ସୀମାରେ ପଶୁଥିଲେ ଏହି ୭ ଇରାନ ନାଗରିକ। ଆଉ ବାଘ ଭଳିଆ ଛକି ବସିଥିଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି), ଭାରତୀୟ ନୌସେନା ଏବଂ ଗୁଜୁରାଟ ପୋଲିସ। ସମୟ ସୁବିଧା ଦେଖି ଏହି ଅପରେସନ୍‌ରେ ୮ ଜଣ ବିଦେଶୀ ନାଗରିକଙ୍କୁ ମାଡି ବସିଲେ। ଯେଉଁମାନେ ନିଜକୁ ଇରାନର ନାଗରିକ ବୋଲି କହୁଛନ୍ତି ।

ତେବେ କହି ରଖିବୁ ଉଦ୍ଧାର ହୋଇଥିବା ଡ୍ରଗ୍ସର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗତ କିଛି ଦିନ ହେବ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାଗର ମନ୍ଥନ ନାମରେ ଏକ ଅପରେସନ୍ ଚଳାଇଛି । ବିଶେଷ କରି ଭାରତରେ ଡ୍ରଗ୍ସ ଚୋରା ଚାଲାଣକୁ ରୋକିବା ପାଇଁ ଏହି ଅପରେସନ୍ କରାଯାଉଛି । ଏହା ପୂର୍ବରୁ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅପରେସନ୍ ସାଗର ମଥନରେ ଅନେକ କିଲୋ ଡ୍ରଗ୍ସ ଜବତ କରିଛି। ଏନସିବି ଅନୁଯାୟୀ, ଏକ ଠୋସ୍ ସୂଚନା ଗ୍ରହଣ କରାଯାଇଥିଲା ଯେ, ଏକ ବିନା ପଞ୍ଜୀକୃତ ଜାହାଜ, ଯାହାର ଏଆଇଏସ୍ (ଅଟୋମେଟିକ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ୍‌) ମଧ୍ୟ ନାହିଁ ।

ଜାହାଜଟି ଭାରତୀୟ ସାମୁଦ୍ରିକ ସୀମା ଭିତରକୁ ଡ୍ରଗ୍ସ ନେଇ ପ୍ରବେଶ କରୁଛି । ଏହି ଇନପୁଟ୍ ଉପରେ ଆଧାର କରି “ସାଗର-ମନ୍ଥନ ୪” ନାମକ ଅପରେସନ୍ ଆରମ୍ଭ ହେଲା । ଭାରତୀୟ ନୌସେନା ଏହାର ସାମୁଦ୍ରିକ ସର୍ଚ୍ଚ ଅପରେସନ୍ ମାଧ୍ୟମରେ ଏହି ଜାହାଜକୁ ଧରିଥିଲା । ଏହି ଅପରେସନ୍ ୧୫ ନଭେମ୍ବର ୨୦୨୪ରେ କରାଯାଇଥିଲା। ଏହି ଅପରେସନରେ ବିଦେଶରେ ଥିବା ନାର୍କୋଟିକ୍ସ ଏଜେନ୍ସିରୁ ମଧ୍ୟ ସହାୟତା ନିଆଯାଉଛି, ଯାହା ଦ୍ୱାରା ଏହି ଡ୍ରଗ୍ ସିଣ୍ଡିକେଟ୍ ର ପଛ ଲିଙ୍କ ଗୁଡିକ ଚିହ୍ନଟ ହୋଇପାରିବ ।