fbpx

ଆଜିଠୁ ଆରମ୍ଭ ହେଲା ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଅଗ୍ନିବୀର ବାୟୁସେନା ନିଯୁକ୍ତି ପାଇଁ ନାମ ପଞ୍ଜିକରଣ ପ୍ରକ୍ରିୟା ଆଜିଠାରୁ ଅର୍ଥାତ୍ ୨୪ ତାରିଖରୁ ଆରମ୍ଭ ହେଉଛି। ବାୟୁସେନା ୨୨ଜୁନ୍‌ରେ ନିଯୁକ୍ତି ପାଇଁ ବିସ୍ତ୍ରୁତ ବିଜ୍ଞପ୍ତି ପ୍ରକାଶ କରିଥିଲା। ନିଯୁକ୍ତି ସମ୍ପର୍କିତ ମାନଦଣ୍ଡ ବିଷୟରେ ଆବେଦନକାରୀ ବାୟୁସେନାର ୱେବସାଇଟ୍ indianairforce.nic.in ରେ ଯାଇ ବିଜ୍ଞପ୍ତିରୁ ସମସ୍ତ ସୂଚନା ପାଇ ପାରିବେ। ଆଜିଠାରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

କିପରି କରିବେ ଆବେଦନ?

ଅଗ୍ନିବୀର ବାୟୁସେନାରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଅନଲାଇନ୍ ପଞ୍ଜିକରଣ ବାଧ୍ୟତାମୂଳକ। ବାୟୁସେନାର ୱେବସାଇଟ୍  indianairforce.nic.in ରେ ଯାଇ ଆପଣ ଆବେଦନ କରାଯାଇପାରିବ। ବାୟସେନାର ଅଫିସିଆଲ୍ ୱେବ୍ ପୋର୍ଟାଲ୍ ରେ ଏହି ଅବେଦନ ସକାଳ ୧୦ ଟାରୁ ଆରମ୍ଭ ହୋଇଯିବ। ପ୍ରାର୍ଥୀମାନେ ସେମାନଙ୍କର ସମସ୍ତ ବିବରଣୀ ଦେଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ଆବେଦନ କରିବା ପାଇଁ ଆଶାୟୀଙ୍କୁ ୨୫୦/- ର ଏକ ଆବେଦନ ଶୁଳ୍କ ମଧ୍ୟ ଜମା କରିବାକୁ ପଡିବ।

କେଉଁମାନେ ଆବେଦନ କରିପାରିବେ।

ଗଣିତ, ପଦାର୍ଥ ବିଜ୍ଞାନ ଏବଂ ଇଂରାଜୀ କିମ୍ବା ୩ ବର୍ଷ ଇଞ୍ଜିନିୟରିଂ ଡିପ୍ଲୋମା କରିଥିବା କିମ୍ବା ୨ ବର୍ଷ ଭୋକେସନାଲ୍ ପାଠ୍ୟକ୍ରମ ପାସ୍ ରେ ସର୍ବନିମ୍ନ ୫୦% ମାର୍କ ସହିତ ଦ୍ୱାଦଶ କିମ୍ବା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ବୟସ ୧୭.୫ ବର୍ଷରୁ ଅଧିକ ଏବଂ ୨୩ ବର୍ଷରୁ କମ୍ ହେବା ଉଚିତ୍। ପ୍ରାର୍ଥୀଙ୍କୁ ମଧ୍ୟ ଆବେଦନ ଫି ୨୫୦ ଟଙ୍କା ଜମା କରିବାକୁ ପଡିବ।
ପ୍ରାର୍ଥୀମାନେ ୪ ବର୍ଷ ପାଇଁ ନିଯୁକ୍ତି ପାଇବେ ଏବଂ ପ୍ରତିବର୍ଷ ସେମାନଙ୍କ ଦରମା ଏବଂ ଭତ୍ତା କିଛି ଏହିପରି ହେବ।

-ପ୍ରଥମ ବର୍ଷ ପାଇଁ ୩୦,୦୦୦ /- ଦରମା ମିଳିବ।
– ଦ୍ୱିତୀୟ ବର୍ଷ ପାଇଁ ୩୩,୦୦୦ /- ଦରମା।
– ତୃତୀୟ ବର୍ଷର ଦରମା ଏବଂ ଭତ୍ତା ୩୬,୫୦୦ /-।
-ଚତୁର୍ଥ ବର୍ଷରେ ୪୦,୦୦୦ /- ଦରମା ଏବଂ ଭତ୍ତା ଦିଆଯିବ।

ବେତନର ୩୦ ପ୍ରତିଶତ କଟାଯାଇ ସେବା ପାଣ୍ଠିରେ ଜମା କରାଯିବ। ୪ ବର୍ଷରେ, ଅଗ୍ନିବୀର ମୋଟ ୧୦.୪ ଲକ୍ଷ ପାଣ୍ଠି ଜମା କରିବ, ଯାହା ସୁଧ ସହିତ ମିଶି ୧୧.୭୧ ଲକ୍ଷ ହେବ। ଏହି ପାଣ୍ଠି ଆୟକର ମୁକ୍ତ ହେବ ଯାହା ଅଗ୍ନିବୀରମାନେ ୪ ବର୍ଷର ସେବା ପରେ ପାଇବେ। ଏହି ସମୟ ମଧ୍ୟରେ, ପ୍ରତିବର୍ଷ ୩୦ ଦିନ ଛୁଟି ମଧ୍ୟ ଉପଲବ୍ଧ ହେବ।

Get real time updates directly on you device, subscribe now.