fbpx

ଆସନ୍ତାକାଲିଠାରୁ ପଞ୍ଜୀକରଣ ଆରମ୍ଭ, ମେ ପହିଲାରୁ ଯୁବବର୍ଗଙ୍କୁ ଭ୍ୟାକ୍ସିନ

ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ମେ ମାସ ପହିଲାରୁ ରାଜ୍ୟରେ ସାବାଳକଙ୍କ ଟିକାକରଣ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି । ତେବେ ଟିକାକେନ୍ଦ୍ରରେ ଭିଡ଼ର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଜାରି ରଖିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେଣୁ ଆଗୁଆ ପଞ୍ଜୀକରଣ କରିବାକୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ।

ରାଜ୍ୟରେ ପ୍ରଥମ ୨ଟି ପର୍ଯ୍ୟାୟ ଟିକାକରଣ ଶେଷ ହେବାକୁ ଯାଉଥିବା ବେଳେ ମେ ପହିଲାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ଏଥିପାଇଁ ଆସନ୍ତାକାଲିଠାରୁ ପଞ୍ଜୀକରଣ ଆରମ୍ଭ ହେବ । କୋ-ୱିନ୍ ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପରେ ଏହି ପଞ୍ଜୀକରଣ କରାଯିବ । ଏହାପରେ ଟିକାର ମହଜୁଦକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟିକାକେନ୍ଦ୍ରକୁ ଆସିବାକୁ କୁହାଯିବ । କିଏ, କେଉଁଠି, କେତେବେଳେ ଟିକା ନେବେ, ତା’ର ସବିଶେଷ ସୂଚନା ମେସେଜ୍ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.