fbpx
BSKY
BJD SHG SKY
BJD YOUTH SKY

ଭାଗ୍ୟ ପରିବର୍ତ୍ତନର ସଂକେତ ଦେଇଥାଏ ଆପଣଙ୍କ ତୁଳସୀ ଗଛ, ପଢନ୍ତୁ ଏହା ଜାଣିବେ କିପରି

ଧାର୍ମିକ ଦୃଷ୍ଟିକୋଣରୁ ତୁଳସୀ ବୃକ୍ଷର ବହୁତ ମହତ୍ତ୍ୱ ରହିଛି । ଏହାସହିତ ଆୟୁର୍ବେଦରେ ମଧ୍ୟ ତୁଳସୀକୁ ବହୁତ ମହତ୍ତ୍ୱ ଦିଆଯାଇଛି । ମାନ୍ୟତା ଅନୁସାରେ ଯେଉଁପରି ଭାବରେ ତୁଳସୀ ଗଛ ଶୁଖିଯିବା, ପତ୍ର ଝଡିବା ଅଶୁଭ ସଂକେତ ଦେଇଥାଏ ଠିକ୍ ସେହିପରି ତୁଳସୀ ବୃକ୍ଷ କିଛି ଶୁଭ ସଂକେତ ବି ଦେଇଥାଏ । ଏହି ସଂକେତରୁ ଜଣାପଡିଯାଏ କି ବ୍ୟକ୍ତି ଜୀବନରେ ଅଶେଷ ସୁଖ ସମୃଦ୍ଧି ଭରିଯିବ ।

୧-ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଚାନକ ସବୁଜିମାରେ ଭରିଯାଇ ପରିପୂର୍ଣ୍ଣ ଦେଖାଯିବ ତେବେ ଜାଣିବେ ଏହା ଏକ ବଡ ସଂକେତ ପ୍ରଦାନ କରୁଛି । ଏହାର ଅର୍ଥ ଆପଣଙ୍କ ଘରକୁ ଶୀଘ୍ର କୌଣସି ଖୁସି ଖବର ଆସିବ । ଏହାସହିତ ଆପଣଙ୍କୁ ମା’ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ଅପାର ଆଶୀର୍ବାଦ ମିଳିପାରେ ।

୨-ଯଦି ଆପଣଙ୍କ ତୁଳସୀ ଗଛ ଚାରିପଟେ ଛୋଟ ଛୋଟ ସବୁଜ ଗଛ ଉଠିବାରେ ଲାଗୁଛି ତେବେ ଏହା ମଧ୍ୟ ଘରେ ଖୁସି ଆସିବାର ସଂକେତ ଦେଇଥାଏ । ଏହାର ଅର୍ଥ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ଓ ଆପଣଙ୍କୁ ଧନଲାଭ ହେବ । ତୁଳସୀ ନିକଟରେ ଦୂବ ଗଛ ଉଠିବା ମଧ୍ୟ ଧନ ଲାଭର ସଂକେତ ହୋଇଥାଏ ।

୩-ତୁଳସୀ ସହିତ ଏଥିରେ ବାହାରୁଥିବା ଜଟାରୁ ମଧ୍ୟ ବିଶେଷ ଲାଭ ମିଳିଥାଏ । ଯଦି ଆପଣଙ୍କ ତୁଳସୀରେ ଜଟା ଆସିବାର ଦେଖିବେ ତେବେ ଜାଣିବେ ଏହା ଧନ ସମୃଦ୍ଧି ବୃଦ୍ଧିର ସଂକେତ । ଏହି ତୁଳସୀ ଜଟାକୁ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ପୂଜାରେ ଅର୍ପଣ କରିବା ଉଚିତ । ଏହାଦ୍ୱାରା ଆପଣଙ୍କୁ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ଅଶେଷ କୃପା ମିଳିବ ।

Get real time updates directly on you device, subscribe now.