fbpx

ନୂଆ ବର୍ଷରେ ଘରୁ ହଟାଇଦିଅନ୍ତୁ ଏହି ସାମଗ୍ରୀ, ନହେଲେ ହୋଇଯିବେ କାଙ୍ଗାଳ

ନୂଆବର୍ଷ ବା ୨୦୨୦ ଆସିବାକୁ ଆଉ ଦିନ କେଇଟା ରହିଛି । ନୂଆ ବର୍ଷକୁ ଲୋକମାନେ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ନୂଆ ବର୍ଷ ଖୁସି ଖୁସିରେ ଯାଉ ବୋଲି ସମେସ୍ତ ଚାହିଁଥାନ୍ତି । ଏଥିପାଇଁ ଲୋକମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି, ଯାହାଦ୍ୱାରା ନୂଆବର୍ଷରେ ସେମାନଙ୍କୁ ଫାଇଦା ହେବ । ଯଦି ଆପଣ ବି ନୂଆବର୍ଷରେ ମା ଲକ୍ଷ୍ମୀଙ୍କ କୃପା ଚାହୁଁଛନ୍ତି ତେବେ ଘରୁ ତୁରନ୍ତ ଏହିସବୁ ସାମଗ୍ରୀ ହଟାଇଦିଅନ୍ତୁ ।

ଭଙ୍ଗା ଫର୍ନିଚର :-
କୁହାଯାଏ କି, ଘରେ ଭଙ୍ଗା ଖଟ ବା ପଲଙ୍କ ରଖିବା ଦ୍ୱାରା ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜୀବନ ସାଥୀ ଆପଣଙ୍କ ସହ ଖୁସି ଖୁସିରେ ଘରେ ରୁହନ୍ତି ବୋଲି, ତେବେ ଘରୁ ସମସ୍ତ ଭଙ୍ଗା ଫର୍ନିଚର ହଟାଇଦିଅନ୍ତୁ ।

ଭଙ୍ଗା କାଚ :-
ଘରେ କିଛି ବି ଭଙ୍ଗା କାଚ ଥିଲେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ । ଭଙ୍ଗା କାଚ ବାସନ, ଫଟୋ ଫେମ୍ ଇତ୍ୟାଦି ଦ୍ୱାରା ବାସ୍ତୁ ଦୋଷ ହୋଇଥାଏ । ଏହାର ପ୍ରଭାବରେ ମାନସିକ ଚାପ ବଢିଥାଏ ।

ଖରାପ ଘଣ୍ଟା :-
ଯଦି ଘରେ କୌଣସି ଘଣ୍ଟା ଖରାପ ହୋଇ ପଡିଛି, ତେବେ ତାକୁ ତୁରନ୍ତ ଠିକ୍ କରନ୍ତୁ ବା ହଟାଇ ଦିଅନ୍ତୁ । ଖରାପ ଘଣ୍ଟା ଦ୍ୱାରା ନକରାତ୍ମକ ପ୍ରଭାବ ପଡିଥାଏ ।

ଖରାପ ଇଲୋକ୍ଟ୍ରୋନିକ୍ ସାମଗ୍ରୀ :-

ନୂଆବର୍ଷାରେ ଘରେ ପଡିଥିବା ଖରାପ ଇଲୋକ୍ଟ୍ରୋନିକ୍ ସାମଗ୍ରୀକୁ ହଟାଇ ଦିଅନ୍ତୁ । ଖରାପ ସାମଗ୍ରୀ ଘରେ ପଡି ପଡି ଅଳିଆ ହେବା ସହ ଏହା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ ।

ଭଙ୍ଗା ମୂର୍ତ୍ତୀ :-
ନୂଆବର୍ଷର ସ୍ୱାଗତ କରିବା ପୂର୍ବରୁ ପୂଜାଘର ଭଲରେ ସଫା କରନ୍ତୁ । ପୂଜା ଘରୁ ସମସ୍ତ ଭଙ୍ଗା ମୂର୍ତ୍ତୀ ହଟାଇ ନୂଆ ମୂର୍ତ୍ତୀ ରଖନ୍ତୁ । ଭଙ୍ଗା ମୂର୍ତ୍ତୀ ଘରେ ରଖିବା ଅଶୁଭ ହୋଇଥାଏ ।

Get real time updates directly on you device, subscribe now.