fbpx

ପ୍ରକାଶ ପାଇଲା ବିଜ୍ଞପ୍ତି: ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପାଇବେ ରିସର୍ଚ୍ଚ ଆସୋସିଏଟ ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ

AAKASH

ନୂଆ ବର୍ଷରେ ରାଜ୍ୟରେ ବିଭିନ୍ନ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ନିକଟରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ରାଜ୍ୟ ଅଧସ୍ତନ କର୍ମଚାରୀ ଆୟୋଗ (ଓଏସଏସଏସସି), ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି), ରାଜ୍ୟ ଚୟନ ବୋର୍ଡ ଏସଏସବି) ଓଡ଼ିଶା ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ଖୁସି ଖବର ।

ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀ ବିହାର ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ରିସର୍ଚ୍ଚ ଆସୋସିଏଟ୍ ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିବା ପରେ ତାହାକୁ ଫିଲ୍ ଅପ୍ କରି ଜୁନ ମାସ ୨୧ ତାରିଖ ସୁଦ୍ଧା ତାହାକୁ ସବମିଟ୍ କରିପାରିବେ ।

ରିସର୍ଚ୍ଚ ଆସୋସିଏଟ ପଦ ସମ୍ପୂର୍ଣ୍ଣ ଭାବେ ଚୁକ୍ତିଭିତ୍ତିକ ହୋଇଥିବା ବେଳେ ପ୍ରାର୍ଥୀଙ୍କୁ ଏଥିପାଇଁ ମାସିକ ୪୦ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ପ୍ରାଥମିକ ଭାବେ ପ୍ରାର୍ଥୀଙ୍କୁ ଏହି ପଦରେ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯିବ । ତା’ପରେ ଆଉ ଦୁଇବର୍ଷ ପାଇଁ ଉକ୍ତ ଅବଧିକୁ ବୃଦ୍ଧି କରାଯାଇପାରେ । ଏଥିପାଇଁ ଆରବିଆଇ ଚେୟାର ପ୍ରଫେସରଙ୍କ ନେତୃତ୍ୱରେ ସମୀକ୍ଷା କମିଟି ପ୍ରାର୍ଥୀଙ୍କ ବାର୍ଷିକ ପ୍ରଦର୍ଶନକୁ ରିଭ୍ୟୁ କରାଯିବ । ପ୍ରାର୍ଥୀ ଅର୍ଥନୀତିରେ ସ୍ନାତକ ପାସ ସହିତ ୬୦ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିବେ ।

ସେହିପରି ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଅର୍ଥନୀତି / ବାଣିଜ୍ୟରେ ମାଷ୍ଟର ଡିଗ୍ରୀ କିମ୍ବା କମ୍ପ୍ୟୁଟର ସାଇନ୍ସରେ ବି.ଟେକ / ଏମସିଏ କରିଥିବେ । ପ୍ରାର୍ଥୀଙ୍କର ଡିଜିଟାଲ ଓ କମ୍ପ୍ୟୁଟର କ୍ଷେତ୍ରରେ ଜ୍ଞାନ ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ମାସିକ ୨୨ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ପ୍ରାର୍ଥୀଙ୍କୁ ଡିଏ, ଏଚଆରଏ, ଏଲଟିସି, ପିଏଫ ଆଦି ମିଳିବ ନାହିଁ । ୩ ବର୍ଷ ପରେ ପ୍ରଦର୍ଶନକୁ ଆଧାର କରି ଏହି ଅବଧିକୁ ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ । ପ୍ରଦତ୍ତ ଠିକଣାରେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପତ୍ର ପଠାଇବା ସହିତ ଇ-ମେଲରେ ମଧ୍ୟ ପଠାଇବେ । ସାର୍ଟିଫିକେଟ ଯାଞ୍ଚ ପରେ ଲିଖିତ ପରୀକ୍ଷା / ସାକ୍ଷାତକାର ପାଇଁ ଡକାଯିବ ।

ନୋଟିଫିକେସନ ଲିଙ୍କ: https://utkaluniversity.ac.in/wp-content/uploads/2023/05/20230530-RBI-Advt-with-Details.pdf

Get real time updates directly on you device, subscribe now.