fbpx
BJD SKY
BJD SKY

ରିସର୍ଚ୍ଚରୁ ହେଲା ଖୁଲାସା : ସବୁଠାରୁ ଅଧିକ ଫୋନ କିଏ ବ୍ୟବହାର କରେ…..

BJD

ନୂଆଦିଲ୍ଲୀ : ବର୍ତ୍ତମାନର ଯୁଗରେ ସ୍ମାର୍ଟ ଫୋନ ସମସ୍ତଙ୍କ ଜୀବନର ଅତୁଟ ବନ୍ଧନ ହୋଇଗଲାଣି । ଆମେ ପ୍ରତ୍ୟେକ ଦିନ ଅନେକ କାମ ଏହି ଫୋନ ମାଧ୍ୟମରେ କରିଥାଉ । ଯେପରି କି, ସର୍ଚ୍ଚ କରିବା, ସୋଶିଆଲ ମିଡିଆ ଚଳାଇବା, ଗେମ ଖେଳିବା ଏବଂ ଭିଡିଓ ଦେଖିବା । ବାସ୍ତବରେ ବୀବୋ ଏକ ରିସର୍ଚ୍ଚ ରିପୋର୍ଟର ଖୁଲାସା କରିଥିଲେ, ଯେଉଁଥିରେ ଜଣାପଡୁଛି ଯେ ଭାରତର ଲୋକେ ସ୍ମାର୍ଟ ଫୋନରେ କେଉଁ ଜିନିଷ ଅଧିକ ବ୍ୟବହାର କରନ୍ତି । ଏହି ରିପୋର୍ଟରେ ପ୍ରତ୍ୟେକ ଜିନିଷର ଖୁଲାସା ହୋଇଯାଇଛି ।

ଏହି ଜିନିଷ ପାଇଁ ହୁଏ ସ୍ମାର୍ଟ ଫୋନର ଅଧିକ ବ୍ୟବହାର :

ସ୍ମାର୍ଟ ଫୋନର ବ୍ୟବହାର ଅନେକ ପ୍ରକାରର କାମ ପାଇଁ ବ୍ୟବହାର କରାଯାଏ । କିନ୍ତୁ ଏହାର ସବୁଠାରୁ ଅଧିକ ବ୍ୟବହାର ୟୁଟିଲିଟି ବିଲ ପେମେଣ୍ଟରେ କରାଯାଏ । ରିପୋର୍ଟ ଅନୁସାରେ, ପ୍ରାୟ ୮୬% ଲୋକ ନିଜ ସ୍ମାର୍ଟରେ ୟୁଟିଲିଟି ବିଲ ପେମେଣ୍ଟ କରନ୍ତି । ଏହା ବହୁତ ସୁବିଧା ଜନକ ଉପାୟ ଅଟେ ଏବଂ ଏହା କରିବା ଦ୍ୱାରା ସମୟ ମଧ୍ୟ ବଞ୍ଚିଥାଏ ।

ସପିଂଗ ପାଇଁ ମଧ୍ୟ ବ୍ୟବହାର କରାଯାଏ : ରିପୋର୍ଟ ଅନୁସାରେ, ପ୍ରାୟ ୮୦.୮% ଲୋକ ନିଜ ସ୍ମାର୍ଟ ଫୋନରେ ଅନଲାଇନ ସପିଂଗ କରନ୍ତି । ପ୍ରାୟ ୬୧.୮% ଲୋକ ସ୍ମାର୍ଟ ଫୋନରେ ଜରୁରୀ ଜିନିଷ ଅର୍ଡର କରନ୍ତି, ୬୬.୨% ଲୋକ ଅନଲାଇନରେଚ ସର୍ଭିସ ବୁକ କରୁଥିବା ବେଳେ, ୭୩.୨% ଲୋକ ସ୍ମାର୍ଟ ଫୋନ ସାହାଯ୍ୟରେ ଗ୍ରୋସରୀ ଜିନିଷ ଅର୍ଡ କରନ୍ତି । ୫୮.୩% ଲୋକ ସ୍ମାର୍ଟ ଫୋନ ସାହାଯ୍ୟରେ ଡିଜିଟାଲ ପେମେଣ୍ଟ କରନ୍ତି ।

ପୁଅ ନା ଝିଅ କିଏ କରେ ଅଧିକ ବ୍ୟବହାର : ଭାରତରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଠାରୁ ଅଧିକ ଅଟେ । ପ୍ରାୟ ୬୨% ପୁରୁଷଙ୍କ ପାଖରେ ଫୋନ ଥିବା ବେଳେ, କେବଳ ୩୮% ଫୋନ ମହିଳାଙ୍କ ପାଖରେ ଅଛି । ଏହାର ବ୍ୟବହାରରେ ସହର ଓ ଗାଁର ଲୋକ ମାନଙ୍କ ମଧ୍ୟରେ ଅନ୍ତର ରହିଛି । ସହରରେ ପ୍ରାୟ ୫୮% ଲୋକ ବ୍ୟବହାର କରୁଥିବା ବେଳେ ଗାଁରେ ୪୧% ଲୋକ ବ୍ୟବହାର କରନ୍ତି ।

Get real time updates directly on you device, subscribe now.