fbpx
BSKY
BJD MC SKY
BJD YOUTH SKY

୫ଟି ବ୍ୟାଙ୍କ ଉପରେ ବାଜିଲା Reserve Bankର ଚାବୁକ ମାଡ଼: ଏହି ବ୍ୟାଙ୍କରେ ଲାଗିଲା ତାଲା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ଅନ୍ୟ ବ୍ୟାଙ୍କଗୁଡ଼ିକ ଉପରେ ନେଉଛି କଡ଼ା କାର୍ଯ୍ୟାନୁଷ୍ଠାନ । ନିୟମର ଉଲ୍ଲଙ୍ଘନ କରିବା ବିଭିନ୍ନ ବ୍ୟାଙ୍କ ପାଇଁ ପଡ଼ିଛି ମହଙ୍ଗା । ଅନେକ ବ୍ୟାଙ୍କ ଉପରେ ଜରିମାନା ଲଗାଇବା ସହ କିଛି ବ୍ୟାଙ୍କକୁ ସବୁ ଦିନ ପାଇଁ ବନ୍ଦ କରିବା ଭଳି ନିଷ୍ପତ୍ତି ନେଇଛି ରିଜର୍ଭ ବ୍ୟାଙ୍କ । ବର୍ତ୍ତମାନ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୫ଟି ବ୍ୟାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିମଧ୍ୟରୁ ୪ଟି ବ୍ୟାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ ହୋଇଥିବା ବେଳେ ଗୋଟିଏ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଛି ଆରବିଆଇ ।

ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ବ୍ୟାଙ୍କ ନିକଟରେ ସଞ୍ଚାଳନ କରିବା ପାଇଁ କୌଣସି ପୁଞ୍ଜି ବାକି ନଥିବା ବେଳେ ଆଗକୁ ମଧ୍ୟ କୌଣସି ଆୟ କରିବାର କୌଣସି ଆଶା ନଥିବା କହଛି ଆରବିଆଇ । ତେଣୁ ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ଡିସେମ୍ବର ୭ ତାରିଖରୁ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କକୁ ନିଜ କାମ ବନ୍ଦ କରିବାକୁ ପଡ଼ିଛି । ରିଜର୍ଭ ବ୍ୟାଙ୍କ କମିଶନର ଏବଂ ରେଜିଷ୍ଟ୍ରାର, ଉତ୍ତରପ୍ରଦେଶରୁ ମଧ୍ୟ ବ୍ୟାଙ୍କକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାଙ୍କ ଗ୍ରାହକମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଦେୟ ମଧ୍ୟ ଦେଇନଥିବା କହିଛି ରିଜର୍ଭ ବ୍ୟାଙ୍କ । ତେବେ ବ୍ୟାଙ୍କରେ ଡିପୋଜିଟ କରିଥିବା ଅଧିକାଂଶ ଗ୍ରାହକଙ୍କୁ ସେମାନଙ୍କ ପୁଞ୍ଜି ଫେରିପାରିବ । ବ୍ୟାଙ୍କ କହିଛି ଯେ ୯୮.୩୨ ପ୍ରତିଶତ ଗ୍ରାହକଙ୍କୁ ସେମାନଙ୍କର ସମସ୍ତ ଟଙ୍କା ଫେରସ୍ତ କରାଯିବ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୪ ଟି ସମବାୟ ବ୍ୟାଙ୍କ ଉପରେ ଜରିମାନା ଆଦାୟ କରିଛି। ଯେଉଁ ବ୍ୟାଙ୍କଗୁଡିକ ଉପରେ ଜରିମାନା ଆଦାୟ କରାଯାଇଛି, ସେଥିରେ ପତନ ସମବାୟ ବ୍ୟାଙ୍କ, ରାଜର୍ଶୀ ଶାହ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ରୀୟ ବ୍ୟାଙ୍କ ଏବଂ ପ୍ରାଥମିକ ଶିକ୍ଷକ ସମବାୟ ବ୍ୟାଙ୍କ ଅନ୍ତର୍ଭୁକ୍ତ। ଏହି ଚାରୋଟି ବ୍ୟାଙ୍କ ମଧ୍ୟରୁ ୩ ଟି ବ୍ୟାଙ୍କ ଉପରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଏବଂ ଅନ୍ୟ ବ୍ୟାଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି। ଜିଲ୍ଲା କେନ୍ଦ୍ରୀୟ ବ୍ୟାଙ୍କ ନାବାର୍ଡଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରୁନାହିଁ। ଏଥି ସହିତ, ପାଟାନ ସମବାୟ ବ୍ୟାଙ୍କ ଦ୍ୱାରା କଣଉ ନିୟମକୁ ଅଣଦେଖା କରାଯାଇଥିଲା । ଆରବିଆଇର ନିୟମ ବିରୁଦ୍ଧରେ ଶିଖ୍ କୋ-ଅପରେଟିଭ୍ ବ୍ୟାଙ୍କ ସୁନା ଋଣ ପ୍ରଦାନ କରିଥିବା ବେଳେ ରାଜର୍ଶୀ ଶାହ ସମବାୟ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସର ନିୟମ ପାଳନ କରୁନାହିଁ।

Get real time updates directly on you device, subscribe now.