fbpx

OAS ସ୍ତରରେ ଅଦଳବଦଳ, ରବୀନ୍ଦ୍ର କୁମାର ମିଶ୍ର ହେଲେ ବ୍ରହ୍ମପୁର ତହସିଲଦାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ୧୯ ଜଣ ଓଏଏସଙ୍କୁ ବଦଳି କରାଯାଇଛି । ସିପକ ପାତ୍ରଙ୍କୁ ଦିଗପହଣ୍ଡି, ସରୋଜକାନ୍ତ ନାୟକଙ୍କୁ ଭଣ୍ଡାରିପୋଖରୀ, ରବୀନ୍ଦ୍ର କୁମାର ମିଶ୍ରଙ୍କୁ ବ୍ରହ୍ମପୁର, ସୁଶ୍ରୀ ପ୍ରଧାନଙ୍କୁ ମାର୍ଶାଘାଇ, ନିରଞ୍ଜନ ସାହୁଙ୍କୁ ଛତ୍ରପୁର, ଖଗେଶ୍ୱର ପାତ୍ରଙ୍କୁ ବୀରମହାରାଜପୁର, ଆର୍ତତ୍ରାଣ ଥାଟିଙ୍କୁ ବିଜେପୁର, ସ୍ମୃତି ରଞ୍ଜନ ମଲ୍ଲିକଙ୍କୁ ଜଳେଶ୍ୱର ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ମଧୁସୂଦନ ନାୟକଙ୍କୁ ଜଗତସିଂହପୁର, ବିଜ୍ଞାନ କୁମ୍ଭାରଙ୍କୁ କଳାହାଣ୍ଡି, ଅଶ୍ୱିନୀ କୁମାର ଦାସଙ୍କୁ ବରଗଡ଼, ଶିବବ୍ରତ ତ୍ରିପାଠୀଙ୍କୁ କେନ୍ଦୁଝର, ସୁବତ୍ର ଆର. ଶତପଥୀଙ୍କୁ ଖୋର୍ଦ୍ଧା ଡେପୁଟି କଲେକ୍ଟର ଭାବେ ପରିବର୍ତ୍ତନ କରାଯାଇଛି । ତାପସ କୁମାର ସେଠୀ ସୁକିନ୍ଦା ଓ ଯଶୋବନ୍ତ ବେହେରା ସମଖୁଣ୍ଟା ବିଡିଓ, ପବିତ୍ର କୁମାର ସାମଲ ଖୋର୍ଦ୍ଧା ସବରେଜିଷ୍ଟ୍ରାର, ଆକାଂକ୍ଷା ଅଭିଜିତା ଷ୍ଟାଫ ସିଲେକ୍ସନ କମିଶନର ଅନୁସଚିବ ଓ ତ୍ରିଷ୍ଣା ବିଶ୍ୱାଳ ରାଜ୍ୟ ସୂଚନା କମିଶନରଙ୍କ ଅନୁସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଅଦ୍ୱୈତ କୁମାର ସ୍ୱାଇଁଙ୍କୁ ବ୍ରହ୍ମପୁର ମହାନଗର ନିଗମକୁ ଟ୍ରାନ୍ସଫର କରାଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.