fbpx

IAS ଅଧିକାରୀ ସ୍ତରରେ ଅଦଳବଦଳ

ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ହିମାଚଳ ପ୍ରଦେଶ ସରକାର ୪୩ ଜଣ ଆଇଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରେ ୩ ଜଣ ଡେପୁଟି କମିଶନର ରହିଥିବା ଜଣାପଡ଼ିଛି । ମଣ୍ଡି ଓ ଚମ୍ବା ଜିଲ୍ଲାର ତିନିଜଣ ସବ୍-ଡିଭିଜନାଲ ଅଧିକାରୀଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ଡେପୁଟି କମିଶନର ତଥା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟର ମୁଖ୍ୟ ସଚିବ ଥିବା ୧୯୯୭ ବ୍ୟାଚର ଆଇଏଏସ ଅଧିକାରୀ ସୁଭାଶିଷ ପଣ୍ଡାଙ୍କୁ ପର୍ଯ୍ୟଟନ ଓ ନାଗରିକ ବିମାନ ଚଳାଚଳ ବିଭାଗର ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଥିବା ୧୯୯୮ ବ୍ୟାଚର ଅଧିକାରୀ ଦେବେଶ କୁମାରଙ୍କୁ ଅତିରିକ୍ତ ଦାୟିତ୍ୱ ରାଜ୍ୟ ପାୱାର କର୍ପୋରେସନ ଲିମିଟେଡର ଏମଡି, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ୨୦୦୧ ବ୍ୟାଚ ଅଧିକାରୀ ବିନୟ ସିଂହଙ୍କୁ ଆୟୁର୍ବେଦର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନ ରାଜ୍ୟପାଳଙ୍କ ସଚିବ ଥିବା ୨୦୦୭ ବ୍ୟାଚର ଅଧିକାରୀ ରାକେଶ କୁମାର ନିଜର ପଦରେ ରହିବେ ବୋଲି ଜଣାପଡ଼ିଛି । ସବଡିଭିଜନାଲ ଅଫିସର ଭାବେ କାର୍ଯ୍ୟ କରୁଥିବା ମଣ୍ଡି ଜିଲ୍ଲାର ଜାଫର ଇକବାଲ, ଚମ୍ବା ଜିଲ୍ଲାର ଶିବପ୍ରତାପ ସିଂହ ଓ କିରଣ ଭଦନାଙ୍କୁ ପରିବର୍ତ୍ତନ କରାଯାଇଛି । ଏହି ଅଧିକାରୀମାନଙ୍କୁ ଯଥାକ୍ରମେ ଶୋଲାନ, କୁଲୁ ଓ ସିମଲାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ଡେପୁଟି କମିଶନର ତଥା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ତେବେ ଏହି ସମସ୍ତ ଅଦଳବଦଳ ଓ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.