fbpx

ପ୍ରଥମଥର ପାଇଁ କୋର୍ଟରେ ଅଜବ ରାୟ! ଖାଇବା ଅର୍ଡର ପୂରଣ ନକରିବାରୁ ରେଷ୍ଟୁରାଣ୍ଟ ମାଲିକଙ୍କୁ ୧୫୦୦ ବର୍ଷର ଜେଲଦଣ୍ଡ

ଯେକୌଣସି ଦୋଷୀକୁ ଆଜୀବନ ଜେଲ, ଫାଶୀ ନହେଲେ କିଛି ବର୍ଷର ଜେଲଦଣ୍ଡ ଦିଆଯାଉଥିବା ବିଷୟରେ ତ ଆପଣ ଜାଣିଥିବେ । କିନ୍ତୁ କେବେ କାହାକୁ ୧୫୦୦ ବର୍ଷର ଜେଲଦଣ୍ଡ ଦିଆଯାଉଥିବା ଣୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏଭଳି ରାୟ ଥାଇଲାଣ୍ଡର ଏକ କୋର୍ଟରେ ଦିଆଯାଇଛି । ତେବେ ଥାଇଲାଣ୍ଡର ନିୟମରେ କାହାକୁ ବି ୨୦ ବର୍ଷରୁ ଅଧିକ ଜେଲଦଣ୍ଡ ଦିଆଯାଏ ନାହିଁ । କିନ୍ତୁ ପ୍ରଥମଥର ପାଇଁ ଏକ ରେଷ୍ଟୁରାଣ୍ଟର ୨ ମାଲିକଙ୍କୁ ୧୫୦୦ ବର୍ଷର ଜେଲଦଣ୍ଡର ରାୟ ଶୁଣାଇଛନ୍ତି କୋର୍ଟ ।

ଖବର ମୁତାବକ, ଅପିଚାର୍ତ ବୋଭୋର୍ନଭନଚରକ ଓ ପ୍ରେପାସର୍ନ ବୋଭୋର୍ନଭନଚର ନାମକ ଦୁଇଜଣ ବ୍ୟକ୍ତି ଲେମଗେଟ ରେଷ୍ଟୁରାଣ୍ଟର ମାଲିକ ଥିଲେ । ଦୁହେଁ ମିଶି ରେଷ୍ଟୁରାଣ୍ଟ ଚଳାଉଥିବା ବେଳେ ଗତବର୍ଷ ଲୋକଙ୍କୁ ଆକୃଷ୍ଟ କରିବାକୁ ସେମାନେ ଏକ ଧମାକା ଅଫର୍ ଦେଇଥିଲେ । ଅଫର୍ ମୁତାବକ, ୧୦ ଡଲାର ଅର୍ଥାତ୍ ୭୫୯ ଟଙ୍କାରେ ୧୦ ଜଣ ବ୍ୟକ୍ତି ସିଫୁଡ ବଫେ ଖାଇପାରିବେ । ଅର୍ଡର ଅନଲାଇନରେ ଦେବା ସହ ଟଙ୍କା ରେଷ୍ଟୁରାଣ୍ଟର ଆକାଉଣ୍ଟରେ ଜମା କରିବାକୁ ପଡିବ ବୋଲି ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଥିଲା । ଏହି ଅଫର ପାଇବା ପରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଖାଇବାର ବୁକିଂ କରିଥିଲେ ଓ ଆଡଭାନ୍ସ ଟଙ୍କା ମଧ୍ୟ ରେଷ୍ଟୁରାଣ୍ଟ ଆକାଉଣ୍ଟକୁ ପଠାଇଥିଲେ ।

କିନ୍ତୁ ଏତେ ଲୋକଙ୍କ ଅର୍ଡର ପୂରଣ କରିବାକୁ ରେଷ୍ଟୁରାଣ୍ଟ ଅସମର୍ଥ ହେଲା । ଅର୍ଡର ପୂରଣ ନହେବାରୁ ୩୫୦ ଜଣ ଗ୍ରାହକ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ମାଲିକ ଦୁହିଁଙ୍କୁ ଗିରଫ କରି କ୍ରିମିନାଲ କୋଟରେ ହାଜର କରିଥିଲା । ଦୁହିଁଙ୍କ ଉପରେ ୭୨୪ଟି ଅଭିଯୋଗ ଥିବାରୁ ଦୁହିଁଙ୍କୁ ୧୪୪୬ ବର୍ଷର ଜେଲଦଣ୍ଡ ଦେଇଥିଲେ କୋର୍ଟ । ଦୁହେଁ ନିଜର ଭୁଲ ମାନିନେବାରୁ କୋର୍ଟ ଦୁହିଁଙ୍କ ଦଣ୍ଡାଦେଶକୁ ଅଧା କରିଛନ୍ତି । ଏବେ ଦୁହେଁ୭୨୩-୭୨୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବେ ।

Get real time updates directly on you device, subscribe now.