fbpx

ଯାଇନାହିଁ ଓମିକ୍ରନ! ବ୍ରିଟେନରେ ହୋଇଥିବା ଅଧ୍ୟୟନରେ ଖୁଲାସା: ଏବେବି ରହିଛି ସବ୍ ଭାରିଆଣ୍ଟ ବିଏ.୨

Advertisement

କୋଭିଡ-୧୯ ର ଓମିକ୍ରନ ଭାରିଆଣ୍ଟର ସବ୍ ଭାରିଆଣ୍ଟ ବିଏ.୨ ଏବେ ବି ବଡ଼ ମାତ୍ରାରେ ରହିଛି । ଇଂଲଣ୍ଡରେ ହୋଇଥିବା ଏକ ତାଜା ଅଧ୍ୟୟନରେ ଏନେଇ ସୂଚନା ଦିଆଯାଇଛି । ଏହି ଭାରିଆଣ୍ଟକୁ ଷ୍ଟିଲ୍ଥ ଭାରିଆଣ୍ଟର ନାମ ମଧ୍ୟ ଦିଆଯାଇଛି । ବ୍ରିଟେନରେ ଏକ ବିଶେଷଜ୍ଞ ଦଳ ସତର୍କ କରାଇଛନ୍ତି ଯେ ଓମିକ୍ରନ ଠାରୁ ସଂକ୍ରମଣ ହେବାର ଡ଼ର ଏବେବି ବହୁତ ଅଧିକ ରହିଛି ଏବଂ ପ୍ରାପ୍ତ ବୟସ୍କଙ୍କୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି ଯାହା ଚିନ୍ତାର କାରଣ ହୋଇପାରେ ।

ଇମ୍ପିରିଆଲ କଲେଜ ଲଣ୍ଡନ ଏବଂ ଇମ୍ପୋସ ଏମଓଆରଆଇ ବିଶ୍ଲେଷଣ ୮ ଫେବୃଆରୀରୁ ୧ ମାର୍ଚ୍ଚ ମଧ୍ୟରେ କରାଯାଇଥିଲା । ଯେଉଁଥିରେ ୯୫ ହଜାର ନମୁନା ପରୀକ୍ଷା କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଲଣ୍ଡନରେ ଏବେବି ବିଏ.୨ ଭାଇରସ ବ୍ୟାପିବାର ସମ୍ଭାବନା ଅଧିକ ରହିଛି ।

ଲଣ୍ଡନ ଇମ୍ପିରିଅଲ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍ଥର ରିଆକ୍ଟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରୋଫେସର ପଲ ଇଲିୟଟ କହିଛନ୍ତି ଯେ ଇଂଲଣ୍ଡରେ ସଂକ୍ରମଣ କମ ରହିଛି କିନ୍ତୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି ଏବଂ ବୟସ୍କଙ୍କଠାରେ ଏହି ମାମଲା ବଢ଼ିବାର ସମ୍ଭାବନା ଅଧିକ ରହିଥିବାରୁ ଏହା ଚିନ୍ତାର କାରଣ ହୋଇପାରେ । ସେ ଆହୁରି କହିଛନ୍ତି ଯେ ବ୍ରିଟେନରେ ଲୋକମାନେ ଟିକା ନେଇସାରିଛନ୍ତି । ସେ କହିଛନ୍ତି ଯଦି ପୁଣି ଥରେ ସଂକ୍ରମଣ ହୁଏ ତେବେ ହୋଇପାରେ ଆହୁରି ଅଧିକ ଲୋକ ସଂକ୍ରମିତ ହୋଇପାରନ୍ତି ତେଣୁ ସଂକ୍ରମଣକୁ ରୋକିବା ପାଇଁ ଜନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ପାଳନ କରାଯାଉ ।

Get real time updates directly on you device, subscribe now.