fbpx

ସୁଶାନ୍ତ ସିଂହ ରାଜପୁତଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରିୟା

Advertisement

ମୁମ୍ବାଇ,୧୬ ।୪: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି । ଉଭୟଙ୍କୁ ବହୁ ଜାଗାରେ ଏକାଠି ଦେଖିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଲୋକମାନେ କହିଛନ୍ତି । ନିକଟରେ ଉଭୟଙ୍କ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ଦୁହେଁ ଏକାଠି ନଜର ଆସିଥିଲେ । ଦୁହିଁ ପ୍ୟାରିସରେ ଛୁଟିଦିନ ମନାଇଥିବାର କିଛି ଫଟୋ ଭାଇରାଲ ହୋଇଛି । କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ରିୟା ଓ ସୁଶାନ୍ତ ମଧ୍ୟ ପରସ୍ପରର ପୋଷ୍ଟରେ କମେଣ୍ଟ ଦିଅନ୍ତି । ଯେଉଁଥିପାଇଁ ଦୁହିଁଙ୍କ ସମ୍ପର୍କ ଲୋକଲୋଚନକୁ ଆସିଥିଲା ।

ତେବେ ରିଲେଶନସିପକୁ ନେଇ ଦୁହେଁ କେବେ ବି ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ରିୟା ସୁଶାନ୍ତଙ୍କ ସହ ସମ୍ପର୍କକୁ ନେଇ ନୀରବତା ଭଙ୍ଗ କରିଛନ୍ତି । ସେ କହିଛନ୍ତି ଯେ, ସୁଶାନ୍ତ ସିଂହ ମୋର ଭଲ ବନ୍ଧୁ, ଏହା ଛଡା ଆଉ କିଛି ନୁହେଁ । ଦୀର୍ଘ ସମୟ ଧରି ଆମେ ଦୁହେଁ ଦୁହିଁଙ୍କୁ ଜାଣିଛୁ ଓ ଆମ ଭିତର ବଣ୍ଡିଙ୍ଗ ବି ବହୁତ ଭଲ ଅଛି ।’

Get real time updates directly on you device, subscribe now.