fbpx

‘IPL-2024 ଖେଳିବା ପାଇଁ ପ୍ରସ୍ତୁତ ହେଲେଣି ଋଷଭ…’: ପନ୍ତଙ୍କୁ ନେଇ ବଡ଼ ଅପଡେଟ ଦେଲେ କୋଚ୍

AAKASH

ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଚଳିତ ସିଜନରେ କମବ୍ୟାକ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ । ଆହତ ସମସ୍ୟାରୁ ମୁକ୍ତ ହୋଇ ବର୍ତ୍ତମାନ ପୁଣିଥରେ ମଇଦାନକୁ କମବ୍ୟାକ ପରିବାକୁ ପ୍ରସ୍ତୁତ ହୋଇଛନ୍ତି ଋଷଭ । ତେଣୁ ଆସନ୍ତା ଆଇପିଏଲ-୨୦୨୪ରେ ସେ ନିଜ ଟିମ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ନେଇ ଏକ ବଡ଼ ସଂକେତ ଦେଇଛନ୍ତି ଦଳର ମୁଖ୍ୟ କୋଚ୍ ରିକି ପଣ୍ଟିଂ । ଋଷଭ ଆଇପିଏଲରେ ପୁଣିଥରେ ଖେଳିବା ନେଇ କୋଚ୍ ଆଶ୍ୱସ୍ତ ରହିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ କହିଛନ୍ତି ଯେ, ଋଷଭ ପନ୍ତଙ୍କୁ ସମ୍ପୂର୍ଣ୍ଣ ଭରସା ରହିଛି ଯେ, ସେ ମ୍ୟାଚ ଖେଳିବା ପାଇଁ ଫିଟ ହୋଇପାରିବେ । ତେବେ ଦଳରେ ସେ କେଉଁ କ୍ଷମତାରେ ରହିବେ, ସେ ନେଇ ବର୍ତ୍ତମାନ ଟିମ ମ୍ୟାନେଜମେଣ୍ଟ କୌଣସି ନିଷ୍ପତ୍ତି ନେଇନାହିଁ । ସୋସିଆଲ ମିଡିଆରେ ପନ୍ତଙ୍କୁ ନେଇ ବିଭିନ୍ନ ଫଟୋ ଏବଂ ଭିଡିଓ ଦେଖାଯାଇଛି । ଏଥିରୁ ଜଣାଯାଉଛି ଯେ, ଋଷଭ ଆକ୍ଟିଭ ଅଛନ୍ତି ଏବଂ ଭଲ ଭାବରେ ଚଲାବୁଲା କରିପାରୁଛନ୍ତି । ତେବେ ଆଇପିଏଲ ଆରମ୍ଭ ହେବା ପାଇଁ ମାତ୍ର ୬ ସପ୍ତାହ ବାକି ରହିଛି । ତେଣୁ ଏଭଳି ସମୟରେ ତାଙ୍କୁ ୱିକେଟ କିପିଙ୍ଗ ଦାୟିତ୍ୱ ଦେବା କଷ୍ଟକର ହେବ ବୋଲି କହିଛନ୍ତି କୋଚ୍ ରିକି ପଣ୍ଟିଂ ।

ତେବେ ସେ ଖେଳିବା ପାଇଁ ଉପଲବ୍ଧ ରୁହନ୍ତୁ, ଦଳ କେବଳ ଏହା ଆଶା କରୁଛି । ସେ ସମସ୍ତ ମ୍ୟାଚ ନ ଖେଳିପାରନ୍ତି, କିନ୍ତୁ ୧୪ଟି ମ୍ୟାଚରୁ ୧୦ଟି ମ୍ୟାଚରେ ସେ ଖେଳିଲେ, ଏହା ଦଳ ପାଇଁ ବୋନସ ହୋଇପାରିବ ବୋଲି ରିକି ପଣ୍ଟିଂ କହିଛନ୍ତି । ୱିକେଟ କିପର ନହେଲେ ମଧ୍ୟ ଋଷଭ ଜଣେ ବ୍ୟାଟର ଭାବରେ ଖେଳିପାରନ୍ତି କିମ୍ବା ‘ଇମ୍ପାକ୍ଟ ପ୍ଲେୟର’ ଖେଳାଳି ଭାବରେ ଋଷଭଙ୍କୁ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିପାରେ ।

Get real time updates directly on you device, subscribe now.