fbpx

(Watch Video) ନାମିବ୍ୟା ବିପକ୍ଷ ମ୍ୟାଚରେ ହିରୋ ସାଜିଲେ ପନ୍ତ, ଜିତିଲେ କୋଟି କୋଟି ଫ୍ୟାନଙ୍କ ହୃଦୟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୧୨ରେ ନାମିବ୍ୟା ବିପକ୍ଷ ମ୍ୟାଚ ଭାରତ ପାଇଁ ଏକପ୍ରକାର ଗୁରୁତ୍ୱହୀନ ମ୍ୟାଚ ବିବେଚିତ ହୋଇଥିଲା । ଏହି ପୂର୍ବରୁ ଗ୍ରୁପ-ବିର ଦୁଇଟି ଦଳ ସେମିଫାଇନାଲରେ ପହଞ୍ଚି ସାରିଥିବାରୁ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ ଏକପ୍ରକାର ଚମକହୀନ ହୋଇପଡ଼ିଥିଲା । ତେବେ ଏହି ମ୍ୟାଚରେ ଭାରତୀୟ ୱିକେଟ କିପର ଋଷଭ ପନ୍ତ ଦର୍ଶକଙ୍କ ହୃଦୟ ଜିତି ନେଇଛନ୍ତି, ଆଉ ପାଲଟି ଯାଇଛନ୍ତି ସୋସିଆଲ ମିଡ଼ିଆର ରିଅଲ ଷ୍ଟାର । ସୋସିଆଲ ମିଡ଼ିଆରେ ଏବେ କ୍ରିକେଟ ପ୍ରେମୀମାନେ ପନ୍ତଙ୍କୁ ପ୍ରଶଂସା କରୁଥିବାର ଦେଖାଯାଉଛି ।

ଗତକାଲିର ମ୍ୟାଚ ସମୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ନାମିବ୍ୟାର ବ୍ୟାଟ୍ସମ୍ୟାନ ନିକୋଲୋ ଲୋଫ୍ଟି-ଇଟନ ରନ ନେବାକୁ ଉଦ୍ୟତ ହେଉଥିବା ସମୟରେ ପନ୍ତ ୱିକେଟ ପଛରେ ରହିଥିଲେ । ଏହି ସମୟରେ ନିକୋଲୋଙ୍କ ବ୍ୟାଟଟି ଭୂଇଁରେ ଘୋଷାରି ହେବା ସମୟରେ ତାହା ପନ୍ତଙ୍କ ବାମ ଗୋଡ଼ରେ ବାଜିଥିଲା । ଏହାପରେ ସଙ୍ଗେସଙ୍ଗେ ପନ୍ତ ନିଜର ଖେଳୁଆଡ଼ ମନୋବୃତ୍ତିର ପରିଚୟ ଦେଇଥିଲେ । ସେ ବ୍ୟାଟକୁ ହାତରେ ଛୁଇଁ ତାହାକୁ ଛାତିରେ ଲଗାଇ ସମ୍ମାନ ଜଣାଇଥିଲେ । ଏହି ଭିଡିଓଟି ସୋସିାଲ ମିଡ଼ିଆରେ ଭାଇରାଲ ହୋଇଯାଇଥିଲା । ଯେଉଁମାନେ ଏହି ଭିଡିଓକୁ ଦେଖିଥିଲେ, ସେମାନେ ପନ୍ତଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ସମ୍ମାନ ଜଣାଇଥିଲେ । ଜଣେ କ୍ରିକେଟ ଖେଳାଳିଙ୍କ ପାଇଁ ବ୍ୟାଟ ଯେ ଏକ ପବିତ୍ର ଜିନିଷ, ତାହା ପନ୍ତ ନିଜର ଖେଳ ମଝିରେ ବିନମ୍ରତାର ସହ ପରୋକ୍ଷରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ।

Get real time updates directly on you device, subscribe now.