କୋହଲି ଶେଷ କରିଦେଇଛନ୍ତି ଯୁବରାଜଙ୍କ କ୍ୟାରିୟର! ପୂର୍ବ କ୍ରିକେଟର କଲେ ଖୁଲାସା, ପ୍ରକାଶ କଲେ ଅସନ୍ତୋଷ

ନୂଆଦିଲ୍ଲୀ: ଯୁବରାଜ ସିଂହଙ୍କ କ୍ୟାରିୟର ଶୀଘ୍ର ଶେଷ ହେବା ପାଇଁ ପରୋକ୍ଷରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ଦାୟୀ କରିଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା। ଉଥପ୍ପା ଦାବି କରିଛନ୍ତି ଯେ କର୍କଟ ରୋଗରୁ ସୁସ୍ଥ ହେବା ପରେ ଯୁବରାଜ ଫିଟନେସ ସ୍ତରରେ କିଛି ଆରାମ ମାଗିଥିଲେ କିନ୍ତୁ ଏହାକୁ ତତ୍କାଳୀନ ଭାରତୀୟ ଅଧିନାୟକ କୋହଲି ପ୍ରତ୍ୟାଖ୍ୟାନ କରିଥିଲେ। ଯୁବରାଜ ଭାରତର କିମ୍ବଦନ୍ତୀ ସୀମିତ ଓଭର ଅଲରାଉଣ୍ଡର ଥିଲେ ଏବଂ ୨୦୧୧ ଦିନିକିଆ ବିଶ୍ୱକପରେ ଦଳର ଟାଇଟଲ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଯୁବରାଜ ୨୦୧୧ ଦିନିକିଆ ବିଶ୍ୱକପର ହିରୋ
୨୦୧୧ ଦିନିକିଆ ବିଶ୍ୱକପ୍ ଜିତିବା ପରେ, ଯୁବରାଜଙ୍କୁ କର୍କଟ ହୋଇଥିବା ଜଣ ପଡିଥଜିଲା ଯାହାର ଚିକିତ୍ସା ସେ ଆମେରିକାରେ ଯାଇଥିଲେ। କର୍କଟ ରୋଗରୁ ସୁସ୍ଥ ହେବା ପରେ ଯୁବରାଜ ଭାରତୀୟ ଦଳକୁ ଫେରିଥିଲେ ଏବଂ ଇଂଲଣ୍ଡ ବିପକ୍ଷରେ ଏକଦିବସୀୟ ମ୍ୟାଚ୍‌ରେ ଶତକ ମଧ୍ୟ ହାକୁସଳ କରିଥିଲେ, କିନ୍ତୁ ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ବାଦ ଦିଆଯାଇଥିଲା ଏବଂ ତା’ପରେ ସେ ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ।

ଉଥପ୍ପା କହିଥିଲେ, ଯୁବରାଜ ସିଂହଙ୍କ ଉଦାହରଣ ନିଅନ୍ତୁ। ସେହି ବ୍ୟକ୍ତି ଜଣକ କର୍କଟ ରୋଗକୁ ପରାସ୍ତ କରି ଅନ୍ତର୍ଜାତୀୟ ଦଳରେ ପୁଣି ଥରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଯୁବରାଜ ଆମକୁ ଦୁଇଥର ବିଶ୍ୱ ବିଜେତା କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେବେ କର୍କଟ ରୋଗରେ ପଡିବ ପରେ ତାଙ୍କର ଫୁସଫୁସ କ୍ଷମତା ହ୍ରାସ ପାଇଥିଲା, ତେଣୁ ତାଙ୍କୁ କିଛି ବିଷୟରେ ଆରାମ ମିଳିବା କଥା।

ଜଣେ ଅଧିନାୟକଙ୍କ ପାଇଁ ଯୁବରାଜଙ୍କ ଭଳି ଖେଳାଳିଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହେବା ପାଇଁ ଯୋଗ୍ୟ ଥିଲେ। ସେହି ବ୍ୟକ୍ତି କେବଳ ତୁମ ପାଇଁ ଟୁର୍ଣ୍ଣାମେଣ୍ଟ ଜିତି ନାହାଁନ୍ତି ବରଂ କର୍କଟ ରୋଗକୁ ମଧ୍ୟ ପରାସ୍ତ କରିଛନ୍ତି। ଯେତେବେଳେ ଫିଟନେସ ସ୍ତରରେ ଯୁବି ଦୁଇଟି ପଏଣ୍ଟ କାଟିବା ପାଇଁ ଅନୁରୋଧ କରିଥିଲେ, ସେ ତାହା କରିପାରି ନଥିଲେ। ସେ ଫିଟନେସ୍ ପରୀକ୍ଷାରେ ପାସ୍ କରିବା ପରେ ଦଳରେ ଆସିଥିଲେ କିନ୍ତୁ ଏକ ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ ପରେ, ତାଙ୍କୁ ବାଦ ଦିଆଯାଇଥିଲା ଏବଂ ଆଉ କେବେ ବି ବିଚାର କରାଯାଇ ନ ଥିଲା। ସେତେବେଳେ ବିରାଟ ଅଧିନାୟକ ଥିଲେ ଏବଂ ଯାହା ଘଟିଥିଲା ​​ତାହା ତାଙ୍କ ଅନୁସାରେ ଘଟିଥିଲା।

କୋହଲିଙ୍କ ଅଧିନାୟକତ୍ୱ ବିଷୟରେ ଉଥପ୍ପା କ’ଣ କହିଥିଲେ?
କୋହଲିଙ୍କ ଅଧିନାୟକତ୍ୱ ବିଷୟରେ କହିବାକୁ ଗଲେ, ଉଥାପ୍ପା କହିଛନ୍ତି, “ମୁଁ ବିରାଟଙ୍କ ଅଧିନାୟକତ୍ୱରେ ଅଧିକ ଖେଳିନାହିଁ କିନ୍ତୁ ଜଣେ ଅଧିନାୟକ ଭାବରେ ସେ ଚାହୁଁଥିଲେ ଯେ ସବୁକିଛି ତାଙ୍କ ଇଚ୍ଛା ଅନୁସାରେ ହେଉ ଏବଂ ସେ ସେହିପରି ଅଧିନାୟକ ଥିଲେ।”