fbpx

ଏୟାରପୋର୍ଟରେ ଯୁବକଙ୍କୁ ପ୍ରପୋଜ କଲେ ରୋହିତ ଶର୍ମା: ପଚାରିଲେ- ‘ତୁମେ ମୋତେ ବିବାହ କରିବ’, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟନାରେ ଜାରି ରହିଛି । ଏହି ମ୍ୟାଚ୍‌ରେ ଭାରତର ବ୍ୟାଟ୍ସମ୍ୟାନ୍‌ମାନେ ନିରାଶାଜନକ ପ୍ରଦର୍ଶନ କରିଛନ୍ତି । ତେବେ ଏହି ମ୍ୟାଚ୍ ପୁର୍ବରୁ ଭାରତୀୟ ଟିମ୍ ଯେତେବେଳେ ବିଶାଖାପାଟନା ଏୟାରପୋର୍ଟରେ ପହଞ୍ଚିଥିଲା, ସେହି ସମୟରେ ରୋହିତ ଶର୍ମା କିଛି ଏପରି କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ରୋହିତ ତାଙ୍କର ଶଳାଙ୍କ ବାହାଘର କାରଣରୁ ଖେଳି ପାରି ନଥିଲେ । ସେ ଦ୍ୱିତୀୟ ଦିନିକିଆ ପୂର୍ବରୁ ଦଳରେ ଯୋଗ ଦେଇଛନ୍ତି ଏବଂ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି । ଏହି ସମୟରେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ଜଣେ ବ୍ୟକ୍ତିଙ୍କୁ ପ୍ରପୋଜ କରିଦେଇଥିଲେ ।

ଯୁବକ ଜଣକ ଟିମ୍ ଇଣ୍ଡିଆ ଖେଳାଳି ବାହାରକୁ ଆସିବା ସମୟରେ ଭିଡିଓ ରେକର୍ଡ କରୁଥିଲେ । ଯେତେବେଳେ ରୋହିତ ଶର୍ମା ବାହାରକୁ ଆସିଥିଲେ, ତାଙ୍କ ହାତରେ ଏକ ଗୋଲାପ ଫୁଲ ଥିଲା । ରୋହିତ ଏହି ଫୁଲଟିକୁ ଫ୍ୟାନ୍ ଜଣଙ୍କୁ ଦେଇ ତାଙ୍କୁ ‘will you marry me’ କହିଥିଲେ ।

ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଜାଣନ୍ତି ରୋହିତ ଶର୍ମା ତାଙ୍କ ପ୍ରଶଂସକଙ୍କୁ ବହୁତ ସମ୍ମାନ କରନ୍ତି । ଅନେକ ଥର ରୋହିତ ତାଙ୍କର ଫ୍ୟାନ୍‌ଙଯକ ସହିତ ହସୁଥିବା ଏବଂ ଥଟ୍ଟା କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏହି ପ୍ରପୋଜାଲ ସୋସିଆଲ ମିଡିଆରେ ଏକ ଅଡୁଆ ସୃଷ୍ଟି କରିଛି ।

Get real time updates directly on you device, subscribe now.