fbpx

ଏହି ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି ରୋହିତ ଶର୍ମା: କ୍ରିକେଟରୁ ଅବସରକୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବେ ଦମଦାର ଫର୍ମରେ ରହିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରେ ରୋହିତ ନିଜ ବ୍ୟାଟିଂର ଜଲୱା ଦେଖାଇଛନ୍ତି । ବୟସ ଏବଂ କ୍ରିକେଟରୁ ତାଙ୍କର ଅବସରକୁ ନେଇ ଆଲୋଚନା ଆରମ୍ଭ ହୋଇଥିବା ବେଳେ ବିସ୍ଫୋରକ ବ୍ୟାଟିଂ କରି ଆଲେଏାଚକଙ୍କୁ ସେ ଚେତାବନୀ ଦେଉଛନ୍ତି । ତେଣୁ ଆଗାମୀ ଭବିଷ୍ୟତରେ ରୋହିତଙ୍କ ପ୍ଲାନ କ’ଣ? ତେବେ କ୍ରିକେଟରେ ଏବେ ସବୁଠୁ ବଡ଼ ପ୍ରଶ୍ନ ରହିଛି ଆସନ୍ତା ୨୦୨୭ ବିଶ୍ୱକପ ଖେଳିବେ କି ରୋହିତ ଶର୍ମା? ଏ ନେଇ ଉତ୍ତର ଦେଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ।

କ୍ରିକେଟରୁ ଅବସର ଉପରେ ରୋହିତଙ୍କୁ ପ୍ରଶ୍ନ ହେବାରୁ ସେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ତାଙ୍କର ଏକ ସ୍ୱପ୍ନ ସାକାର କରିବା ବାକି ରହିଛି । ଆଗକୁ ସମୟର ସ୍ରୋତରେ ମଣିଷ କେଉଁଆଡ଼େ ବି ଯାଇପାରେ । କିନ୍ତୁ ବର୍ତ୍ତମାନ ସେ କମ୍ ସେ କମ୍ ଅବସର ପାଇଁ ଚିନ୍ତା କରିନାହାନ୍ତି । ଏହାପରେ ସେ ନିଜ ଫର୍ମକୁ ନେଇ କହିଛନ୍ତି ଯେ, ଏବେ ଭଲ ବ୍ୟାଟିଂ ଜାରି ରହିଛି- ତେଣୁ ମୁଁ ଆଗକୁ ଆଉ କିଛି ବର୍ଷ ଭାରତ ପାଇଁ ଖେଳିବାକୁ ଚାହୁଁଛି ବୋଲି କହିଛନ୍ତି ରୋହିତ ।

ଏହାପରେ ନିଜ ଅଧୁରା ସ୍ୱପ୍ନ ବିଷୟରେ ମଧ୍ୟ ପ୍ରକାଶ କରିଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ ବିଜୟୀ ହେବାକୁ ଚାହୁଁଛନ୍ତି ।
ବର୍ତ୍ତମାନ ରୋହିତ ୩୭ ବର୍ଷ ବୟସରେ ପହଞ୍ଚିଛନ୍ତି । ତେଣୁ ୨୦୨୭ ବିଶ୍ୱକପକୁ ତାଙ୍କ ବୟସ ୪୦ ବର୍ଷ ହୋଇ ସାରିଥିବ । ଏହାପରେ କ୍ରିକେଟ ଜାରି ରଖିବା କଷ୍ଟକର ହୋଇପାରେ । କିନ୍ତୁ ରୋହିତ ଏହି ଆଶା ଛାଡ଼ି ନାହାନ୍ତି ଏବଂ ଭାରତ ପାଇଁ ଏକ ବିଶ୍ୱକପ ଜିତାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି । ୨୦୨୩ ବିଶ୍ୱକପରେ ଭାରତ ବିସ୍ଫୋରକ ପ୍ରଦର୍ଶନ ଜାରି ରଖିଥିଲେ ମଧ୍ୟ ଫାଇନାଲ ମ୍ୟାଚରେ ପରାସ୍ତ ଟ୍ରଫି ହାତଛଡ଼ା କରିଛି ଟିମ ଇଣ୍ଡିଆ ।

 

Get real time updates directly on you device, subscribe now.