(Video) ଅଟୋ ଭିତରେ Romance ମନା: ଡ୍ରାଇଭର ଦେଲେ ଚେତାବନୀ, ଏଣିକି ନିଆଯିବ କାର୍ଯ୍ୟାନୁଷ୍ଠାନ
ଅଟୋ ଭିତରେ ଆଉ କରିପାରିବେନି ରୋମାନ୍ସ ! ଆସିଲା କଡା ଚେତାବନୀ...
ଓଡ଼ିଶା ଭାସ୍କର: ଅଟୋରେ ଯାତ୍ରା ବେଳେ ରୋମାନ୍ସ କରିବା ଏବେ ପଡ଼ିବ ମହଙ୍ଗା । ପ୍ରେମୀ ଯୁଗଳଙ୍କ ପାଇଁ ଆସିଲା କଡ଼ା ଚେତାବନୀ । ରୋମାନ୍ସ ପାଇଁ ବଢୁଛି ବାଧା ।
ଓୟୋ ହୋଟେଲ ପରେ ଏବେ ଅଟୋରେ ରୋମାନ୍ସ ପାଇଁ ମନା ହୋଇଛି । ଅଟୋରେ ରୋମାନ୍ସ ନ କରିବା ପାଇଁ ସିଧାସଳଖ ଚେତାବନୀ ଦେଇଛନ୍ତି ଡ୍ରାଇଭର । ଏକ ପୋଷ୍ଟରେ ଏଭଳି ଚେତାବନୀ ଦିଆଯାଇଛି ।
ଅଟୋରେ ରୋମାନ୍ସ ମନା: ଯୁବକ ଯୁବତୀ ଏବେଠାରୁ ସାବଧାନ ହୋଇଯାଆନ୍ତୁ । କାରଣ ଏଣିକି ଅଟୋରେ ବସି ରୋମାନ୍ସ କରୁଥିଲେ ନିଆଯିବ ଶକ୍ତ କଟକଣା । ଅଟୋରେ ବସି ଆଉ ରୋମାନ୍ସ କରିପାରିବେନି ପ୍ରେମୀଯୁଗଳ ।
ଗାଡ଼ିରେ ଲେଖା ହୋଇଛି ଏମିତି କଥା: ଅଟୋର ସିଟ୍ ପଛରେ ଏକ ପୋଷ୍ଟ ଲେଖି ଚେତାବନୀ ଦେଇଛନ୍ତି ଅଟୋ ଡ୍ରାଇଭର । ସେ ଲେଖିଛନ୍ତି ଯେ, ଏହା ଏକ କ୍ୟାବ ନଟ୍ ଓୟୋ … ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।
ଯୁବପିଢୀ ଅଟୋରେ କରନ୍ତି ରୋମାନ୍ସ: ବାରମ୍ବାର ଯାତ୍ରା ସମୟରେ ପଛ ସିଟ୍ ରେ ବସି ପ୍ରେମୀ ଯୁଗଳ ରୋମାନ୍ସ କରିଥାନ୍ତି । ଯାହାକୁ ନେଇ ଅନେକ ଆପତ୍ତି ଉଠାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । କିନ୍ତୁ ଏହା ବିରୋଧରେ ଅଟୋ ଚାଳକ ଏବେ ଚେତାବନୀ ଦେଇଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ: ତେବେ ସର୍ବସାଧାରଣ ସ୍ଥାନରେ ରୋମାନ୍ସକୁ ନେଇ ଜଣେ ଅଟୋ ଡ୍ରାଇଭର ଏକ ମଜାଳିଆ ଚେତାବନୀ ଦେଇଛନ୍ତି। ଅଟୋ ମଧ୍ୟରେ ଯାତାୟତ କରିବା ସମୟରେ ରୋମାନ୍ସ ନ କରିବା ପାଇଁ କଡା ଚେତାବନୀ ଦେଇଛନ୍ତି ଏହି ଡ୍ରାଇଭର ଜଣକ। ଇଣ୍ଟରନେଟରେ ଏହାର ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଆନ୍ୟା ନାମକ ଜଣେ ୨୩ ବର୍ଷର ଯାତ୍ରୀ ଏହି ଫଟୋକୁ ଏକ୍ସରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ଡ୍ରାଇଭର ଜଣଙ୍କ ନିଜ ସିଟର ପଛରେ ଫଟୋଟି ଲଗାଇଛନ୍ତି। ତାଙ୍କ ଅଟୋ ମଧ୍ୟରେ ରୋମାନ୍ସ କରିବା ଉପରେ ସେ ଶକ୍ତ କଟକଣା ଲଗାଇଛନ୍ତି।
ଅଟୋ ମଧ୍ୟରେ ରୋମାନ୍ସ କରିବା ଉପରେ ଶକ୍ତ କଟକଣା ଲଗାଇଥିବା ଡ୍ରାଇଭରଙ୍କୁ ସୋସିଆଲ ମିଡିଆରେ ଭରପୁର ସମର୍ଥନ ମିଳିଛି। ଏକାଧିକ ବ୍ୟବହାରକାରୀ ତାଙ୍କର ସଚ୍ଚୋଟତା ସହ ମଜାଳିଆ ସ୍ବଭାବକୁ ପସନ୍ଦ କରିଛନ୍ତି।