fbpx

ବିଶ୍ୱର ଧନୀ ଆଥଲେଟ୍ ଙ୍କ ତାଲିକାରେ ମେସିଙ୍କୁ ପଛରେ ପକାଇଲେ ରୋନାଲଡୋ, ଜାଣନ୍ତୁ ଟପ୍ ୧୦ ରେ କିଏ

ନୂଆଦିଲ୍ଲୀ: ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ପୁଣିଥରେ ସେ ଦୁନିଆର ସବୁଠାରୁ ଧନୀ ଆଥଲେଟ୍ ହୋଇପାରିଛନ୍ତି। ଫୋର୍ବସ୍ ଅନୁଯାୟୀ, ଏହି ପ୍ରସଙ୍ଗରେ ରୋନାଲଡୋ PSG ତାରକା ଲିଓନେଲ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି। ଡିସେମ୍ବର ୨୦୨୨ ରେ ସାଉଦି ଆରବ କ୍ଲବ ଅଲ ନାସରକୁ ଯିବା ପରେ ରୋନାଲଡୋ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆଥଲେଟ୍ ହୋଇଥିଲେ।

ଫୋର୍ବସ୍ ତାଲିକାରେ ଅନୁଯାୟୀ ରୋନାଲଡୋଙ୍କ ଗତ ବର୍ଷ ପୁରସ୍କାର ରାଶି, ଦରମା ଏବଂ ବୋନସ୍ ତଥା ଅଫ୍ ଫିଲ୍ଡ ପ୍ରାୟୋଜକ କାରବାର, ବ୍ରାଣ୍ଡ ଫି ଏବଂ ଅନ୍ୟାନ୍ୟ ସ୍ରୋତରୁ ୧୩୬ ମିଲିୟନ ଆମେରିକୀୟ ଡଲାର ଆୟ କରିଥିଲେ। ଏହି ପରିମାଣ ୧ ହଜାର କୋଟିରୁ ଅଧିକ (୧୧,୧୫,୯୦,୪୭,୪୮୧) ଏବଂ ଏହା ତାଙ୍କୁ ୧ ନମ୍ବର ସ୍ଥାନ ହାସଲ କରିବାରେ ସାହାଯ୍ୟ କରିଥିଲା।

ମେସି ୧୩୦ ମିଲିୟନ ଡ଼ଲାର ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଷ୍ଟାର ଫୁଟବଲର୍ କିଲିଆନ୍ ମବାପେ ୧୨୦ ମିଲିୟନ୍ ଡଲାର ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାସ୍କେଟବଲ୍ ତାରକା ଲେବ୍ରନ୍ ଜେମ୍ସ ୧୧୯.୫ ନିୟୁତ ଡଲାର ଆୟ ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି। ମେକ୍ସିକୋର ବକ୍ସର କାନେଲୋ ଆଲଭାରେଜ ୧୧୦ ମିଲିୟନ ଡଲାର ସହିତ ପଞ୍ଚମ ସ୍ଥାନରେ, ଗଲ୍ଫର ଜଷ୍ଟିନ ଜନସନ ୧୦୭ ମିଲିୟନ ଡଲାର ସହିତ ଷଷ୍ଠ, ଫିଲ ମ୍ୟାକଲେନସନ ୧୦୬ ମିଲିୟନ ଡଲାର ସହିତ ସପ୍ତମ ସ୍ଥାନରେ ଅଛନ୍ତି। ବାସ୍କେଟବଲ ଖେଳାଳି ଷ୍ଟିଫେନ କ୍ୟୁରୀ ୧୦୦.୪ ମିଲିୟନ ଆମେରିକୀୟ ଡଲାର ସହିତ ଟେନିସ ଖେଳାଳି ରୋଜର ଫେଡେରର ୯୫.୧ ମିଲିୟନ ଡ଼ଲାର ସହିତ ନବମ ଏବଂ ବାସ୍କେଟବଲ ଖେଳାଳି କେଭିନ ଡୁରାଣ୍ଟ ୮୯.୧ ମିଲିୟନ ଡ଼ଲାର ସହିତ ଦଶମ ସ୍ଥାନରେ ରହିଛନ୍ତି।

ରିଅଲ ମାଡ୍ରିଡ, ଜୁଭେଣ୍ଟସ ଏବଂ ମଞ୍ଚେଷ୍ଟର ୟୁନାଇଟେଡରେ ଖେଳିଥିବା ପାଞ୍ଚଥର ବଲନ ଡି’ର ବିଜେତା ରୋନାଲଡୋ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଅଲ ନାସର ସହ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଚୁକ୍ତି ଦ୍ୱାରା ପର୍ତ୍ତୁଗାଲ ତାରକା ବର୍ଷକୁ ୨୦୦ ମିଲିୟନ୍ ଡଲାର୍ ରୋଜଗାର କରିପାରନ୍ତି, ଯାହା ତାଙ୍କୁ ଇତିହାସର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଫୁଟବଲର୍ କରିଥିଲା। ଫୋର୍ବସ୍ ଅନ୍-ଫିଲ୍ଡ ରୋଜଗାରର ଆକଳନ, ମେ ୧, ୨୦୨୨ ରୁ ମେ ୧, ୨୦୨୩ ମଧ୍ୟରେ ସମସ୍ତ ପୁରସ୍କାର ରାଶି, ଦରମା ଏବଂ ବୋନସ୍ ସାମିଲ ରହିଛି।

Get real time updates directly on you device, subscribe now.