ପୁଣି କ୍ରିକେଟ୍ ଜଗତକୁ ଫେରିଲେ ଏହି ଷ୍ଟାର ଖେଳାଳି, ୩ ବର୍ଷ ପରେ ପ୍ରତ୍ୟାହାର କଲେ ଅବସର
ତିନି ବର୍ଷ ପରେ କ୍ରିକେଟ୍ ଜଗତକୁ ଫେରିଲେ ଏହି ଖେଳାଳି।
ନ୍ୟୁଜିଲାଣ୍ଡ: ତିନି ବର୍ଷ ପରେ କ୍ରିକେଟ ଜଗତରୁ ସନ୍ନ୍ୟାସ ନେଇଥିଲେ ଆଉ ଏବେ ନିଜେ ନିଜର ସନ୍ନ୍ୟାସକୁ ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ତାଙ୍କୁ ଏବେ ପୁଣି ଥରେ ପଡିଆରେ ଦେଖିବାକୁ ମିଳିବ। ଯାହାକୁ ନେଇ କ୍ରିକେଟ୍ ପ୍ରେମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ହଁ ଆଜ୍ଞା ଆମେ କହୁଛୁ ନ୍ୟୁଜିଲାଣ୍ଡର ପୂର୍ବତନ ଅକ୍ଷିଜ୍ଞ କ୍ରିକେଟର ରସ୍ ଟେଲରଙ୍କ କଥା। ଯିଏକି ଦୀର୍ଘ ୩ ବର୍ଷ ପରେ ତାଙ୍କର ଅବସରକୁ ପ୍ରତ୍ୟାହାର କରିଛନ୍ତି। ତେଣୁ ଏବେ ପୁଣିଥରେ ତାଙ୍କୁ କ୍ରିକେଟ ଖେଳିବାର ଦେଖାଯିବ।
ହେଲେ ଏଥର ସେ ନ୍ୟୁଜିଲାଣ୍ଡ ପାଇଁ ନୁହେଁ ବରଂ ଅନ୍ୟ କୌଣସି ଦେଶ ପାଇଁ ଡେବ୍ୟୁ କରିବେ। ଏଥିପାଇଁ ସେ ନ୍ୟୁଜିଲାଣ୍ଡ ଛାଡିଛନ୍ତି। କିୱି ଦଳ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ୪୦ଟି ଶତକ ହାସଲ କରିଥିବା ରସ୍ ଟେଲରଙ୍କ ଏହି ନିଷ୍ପତ୍ତିରେ କ୍ରିକେଟ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ୍ ଟେଲର ଏବେ ସାମୋଆ ପାଇଁ ଖେଳିବାର ଦେଖାଯିବେ। ୪୧ ବର୍ଷୀୟ ଖେଳାଳି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି।