fbpx
BJD SKY
BJD SKY

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ଘଟିଛି । ତାଙ୍କର ମୃତଦେହକୁ ରାଉରକେଲା ଆରଏସପି ପ୍ରଶାସନିକ ଭବନ ନିକଟସ୍ଥ ସେନ୍ସରୀ ପାର୍କ ପୋଖରୀରୁ ଉଦ୍ଧାର କରାଯାଇଛି । ଆସିଷ୍ଟାଣ୍ଟ କଲେକ୍ଟର ଭଳି ଏକ ଉଚ୍ଚ ପଦରେ ଅଧିଷ୍ଠିତ ଥିବା ଜଣେ ମହିଳା ଅଧିକାରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି ।

ସୂଚନା ମୁତାବକ, ଦେଢ଼ବର୍ଷ ପୂର୍ବେ ରାଉରକେଲାର ସୁସ୍ମିତା ମିଞ୍ଜ (୩୫) ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗ ଦେଇଥିଲେ । ସୁସ୍ମିତାକୁ ମୃତ୍ୟୁକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ତାଙ୍କର ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପାଖାପାଖି ମାସେ ହେଲା ସୁସ୍ମିତା ମାନସିକ ଅବସାଦରେ ରହୁଥିବା ତାଙ୍କ ଭାଇ କହିଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ସୁସ୍ମିତାଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ପକ୍ଷରୁ ରାଉରକେଲାର ଉଦିତ ନଗର ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରାଯାଇଛି । ଅନ୍ୟପକ୍ଷରେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ସେନେଇ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଗତ ୧୬ରୁ ୧୭ ତାରିଖରେ ସୁସ୍ମିତାଙ୍କୁ ତାଙ୍କର ଭାଇ ଓ ମା’ ଅନେକ ଥର କଲ୍ କରିଥିଲେ । ମାତ୍ର ସେ କଲ୍ ଉଠାଇନଥିଲେ । ତେଣୁ ପରିବାର ପକ୍ଷରୁ ସୁସ୍ମିତା ନିଖୋଜ ଥିବା ନେଇ ଅଭିଯୋଗ କରାଯାଇଥିଲା । ପରେ ସୁସ୍ମିତା ଏକ ହୋଟେଲରେ ରହିଥିବା ପୋଲିସ ଜାଣିପାରିଥିଲା । ତେବେ ପରବର୍ତ୍ତୀ ସମୟରେ ସୁସ୍ମିତାଙ୍କର ମୃତଦେହ ଏକ ପୋଖରୀରୁ ମିଳିଥିଲା । ତେଣୁ ସୁସ୍ମିତା ହୋଟେଲରୁ ପାର୍କକୁ କିପରି ଗଲେ ବୋଲି ତାଙ୍କର ଭାଇ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.