fbpx

ବହୁଚର୍ଚ୍ଚିତ ମନୋରଞ୍ଜନ ନାଗ ହତ୍ୟା ମାମଲାର ପର୍ଦ୍ଦାଫାସ: ପରକୀୟା ପ୍ରୀତି ଯୋଗୁଁ ଯାଇଛି ଜୀବନ

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲାରେ ବହୁ ଚର୍ଚ୍ଚିତ ମନୋରଞ୍ଜନ ନାଗ ହତ୍ୟା ମାମଲାର ପର୍ଦ୍ଦାଫାସ । ସାଙ୍ଗ ସ୍ତ୍ରୀ ସହ ପରକୀୟା ପ୍ରୀତି ଯୋଗୁଁ ଗଲା ଜୀବନ। ଏହି ମାସ ଦଶହରା ପୂର୍ବ ରାତିରେ ମନୋରଞ୍ଜନ ର ଗଳା କାଟି ହତ୍ୟା କରିବା ଅଭିଯୋଗରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ତିନି ଜଣ ଫେରାର୍ ହୋଇ ଯାଇଛନ୍ତି ।ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ମନୋରଞ୍ଜନ ହତ୍ୟା ପରକୀୟା ସମ୍ପର୍କ ଯୋଗୁ ହୋଇଥିବା ପୋଲିସ କହିଛି । ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଅଜୟ ଚୌଧୁରୀ ,ସୁରେଶ ଚୌଧୁରୀ ଏବଂ ଭୋଳା ପ୍ରଧାନ ସମସ୍ତେ ସେକ୍ଟର-୬ ମହିମା ଆଶ୍ରମ ବସ୍ତି ଅଞ୍ଚଳର । ପୋଲିସ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଛୁରୀ , ଗାଡି ଆଦି ଜବତ କରିଛି ।

ଅଭିଯୁକ୍ତ ସୁରେଶ ଚୌଧୁରୀ ହେଉଛି ଜଣେ ମଦ ବେପାରୀ ସେ ବିଭିନ୍ନ ସମୟରେ ଅବକାରୀ ବିଭାଗ ଦ୍ଵାରା ଗିରଫ ହୋଇ ଜେଲ ଯାଏ। ଠିକ ଏହି ସମୟରେ ମୃତ ମନୋରଞ୍ଜନ ନାଗଙ୍କ ସହିତ ସୁରେଶର ପତ୍ନୀ ସହ ଅନୈତିକ ସମ୍ପର୍କ ରଖି ଆସୁଥିଲେ। ଏହି କିଛି ମାସ ତଳେ ଅଭିଯୁକ୍ତ ସୁରେଶ ଜେଲରେ ଥିବା ସମୟରେ ସୁରେଶ ର ସମ୍ପର୍କୀୟ ଖବର ପାଇ ରାତିରେ ମନୋରଞ୍ଜନ ଓ ସୁରେଶର ସ୍ତ୍ରୀ, ଦୁହିଁଙ୍କୁ ଅସଂଜତ ଅବସ୍ଥାରେ ଦେଖିଥିଲେ। ଜେଲରୁ ଆସି ଏନେଇ ଖବର ପାଇବା ପରେ ସୁରେଶ, ମନୋରଞ୍ଜନ ର ହତ୍ୟା ପାଇଁ ଦେଢ଼ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା। ଦଶହରା ପୂର୍ବ ରାତିରେ ଦୁହେଁ ସୁରେଶ, ମନୋରଂଜନ ଏବଂ ସୁପାରୀ କିଲର ମିଶି ମଦ ପିଇଥିଲେ ଏବଂ ଏହି ସମୟରେ ଘରକୁ ଫେରିବା ବେଳକୁ ସୁପାରୀ କିଲର ଜଣକ ମନୋରଂଜନ ର ଗଳା କାଟି ଦେଇଥିଲେ । ଛୁରୀ ସାହାଯ୍ୟ ରେ ଆକ୍ରମଣ ମଧ୍ୟ କରିଥିଲେ। ଏହାପରେ ମନୋରଞ୍ଚନର ମୃତଦେହକୁ ବୁଦା ମୂଳରେ ଫିଙ୍ଗି ଚାଲିଯାଇଥିଲେ। ଗତ ଅକ୍ଟୋବର ୧୫ ତାରିଖରେ ମନୋରଞ୍ଜନର କ୍ଷତ ବିକ୍ଷତ ମୃତଦେହ ସେକ୍ଟର-୫ ଦୀପିକା ଇଂଲିଶ ମିଡ଼ିଅମ ସ୍କୁଲ ନିକଟରୁ ଉଦ୍ଧାର ହୋଇଥିଲା। ତେବେ ପୋଲିସ ଏହି ମାମଲାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଅନ୍ୟ ତିନି ଜଣ ଫେରାର ଅଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଭୁଜାଲି ଜବତ କରାଯାଇଛି।

Get real time updates directly on you device, subscribe now.