fbpx

ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନକୁ ୭ ରନରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ: ଆଇପିଏଲର ୩୨ ତମ ମ୍ୟାଚରେ ୭ ରନରେ ରାଜସ୍ଥାନକୁ ରୟାଲସ୍ କୁ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ୧୯୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ୬ ୱିକେଟ୍ ହରାଇ ୧୮୨ ରନରେ ସୀମିତ ରହିଯାଇଥିଲା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା।

ବାଙ୍ଗଲୋର ପାଇଁ ଗ୍ଲେନ ମ୍ୟାକ୍ସୱେଲ ୭୭ ରନର ଜବରଦସ୍ତ ଇନିଂସ ଖେଳିଥିବାବେଳେ ଇମ୍ୟାକ୍ଟ ଖେଳାଳି ଭାବରେ ପଡ଼ିଆକୁ ଆସିଥିବା ଫାଫ ଡୁ ପ୍ଲେସିସ୍ ୬୨ ରନ୍ ସଂଗ୍ରହ କରିଥିଲେ। ଜବାବରେ ଟାର୍ଗେଟକୁ ପିଛା ରାଜସ୍ଥାନ ଦଳ ମାତ୍ର ୧୮୨ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା ଏବଂ ମ୍ୟାଚକୁ ୭ ରନରେ ହାରିଥିଲା।

ଶେଷ ଓଭରେ ରାଜସ୍ଥାନକୁ ବିଜୟ ପାଇଁ ୨୦ ରନ୍ ଆବଶ୍ୟକ ଥିବା ବେଳେ ବାଙ୍ଗାଲୋର ପାଇଁ ହର୍ଷଲ ପଟେଲ ବୋଲିଂ କରିଥିଲେ। ରାଜସ୍ଥାନ ପାଇଁ ଦେବଦତ୍ତ ପାଡିକଲ ୫୨, ଯଶସ୍ବୀ ଯୈସ୍ବାଲ ୪୭ ଏବଂ ଧ୍ରୁଭ ଜୁରେଲ ୩୪ ରନ ସ୍କୋର କରିଥିଲେ। ଅନ୍ୟପକ୍ଷରେ ହର୍ଷଲ ପଟେଲ ୩ ୱିକେଟ୍ ଏବଂ ମହମ୍ମଦ ସିରାଜ ଏବଂ ଡେଭିଡ ୱିଲି ୧-୧ ଲେଖାଏଁ ୱିକେଟ୍ ପାଇଥିଲେ।

Get real time updates directly on you device, subscribe now.