fbpx

ସଚିବାଳୟ କର୍ମଚାରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭାଗ ଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରିଥିଲେ । କ୍ରିଟିକାଲ ଓ ପାର୍ସିଆଲି କ୍ରିଟିକାଲ ବର୍ଗରେ ବିଭକ୍ତ କରିଥିଲେ । ଏହି ବର୍ଗରେ ଥିବା ବିଭାଗ ଗୁଡ଼ିକ ପାଇଁ ଆଜି କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି ସରକାର ।
କ୍ରିଟିକାଲ ବର୍ଗରେ ଥିବା ବିଭାଗ ଗୁଡ଼ିକ ହେଉଛି କୃଷି, ବାଣିଜ୍ୟ ଓ ପରିବହନ, ସମବାୟ, ଅବକାରୀ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଗୃହ, ଶ୍ରମ, ପଞ୍ଚାୟତି ରାଜ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ମତ୍ସ୍ୟ ଓ ପଶୁସମ୍ପଦ, ଇସ୍ପାତ ଓ ଖଣି, ଅବକାରୀ ବିଭାଗ । କ୍ରିଟିକାଲ ବର୍ଗରେ ଥିବା ବିଭାଗ ଗୁଡ଼ିକ ୫୦ପ୍ରତିଶତ କର୍ମଚାରୀ ଅଫିସରେ ଉପସ୍ଥିତ ରହି କାର୍ଯ୍ୟ କରିବେ । ସେହିପରି ପାର୍ସିଆଲି କ୍ରିଟିକାଲ ବର୍ଗରେ କ୍ରିଟିକାଲ ବର୍ଗରେ ଥିବା ୧୪ବିଭଗଗୁ ଛାଡ଼ି ଆଉ ସବୁ ବିଭାଗ ଏହି ବର୍ଗରେ ରହିବେ । ପାର୍ସିଆଲ କ୍ରିଟିକାଲ ବର୍ଗରେ ଥିବା ବିଭାଗ ଗୁଡ଼ିକର ୩୦ପ୍ରତିଶତ କର୍ମଚାରୀ ଅଫିସରେ ରହି କାର୍ଯ୍ୟ କରିବେ । ଏହି ନିୟମ ମେ ୪ରୁ ୧୭ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.