fbpx

ସର୍ବକାଳୀନ ସର୍ବନିମ୍ନ ସ୍ତରରେ ଭାରତୀୟ ମୁଦ୍ରା, ଗୋଟିଏ ଡଲାର ତୁଳନାରେ ୭୭.୫୦ ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଦୁଃସମ୍ବାଦ । ଡଲାର ତୁଳନାରେ ଦୁର୍ବଳ ହୋଇଛି ଭାରତୀୟ ମୁଦ୍ରା । ସୋମବାର ଭାରତୀୟ ମୁଦ୍ରା ୬୦ ପଇସା ଦୁର୍ବଳ ହେବା ସହିତ ଭାରତୀୟ ମୁଦ୍ରାର ପରିମାଣ ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଶୁକ୍ରବାର କାରବାର ବନ୍ଦ ବେଳକୁଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୭୬.୯୦ ଟଙ୍କା ରହିଥିଲା । ଶୁକ୍ରବାରରେ ମଧ୍ୟ ଭାରତୀୟ ମୁଦ୍ରା ୫୫ ପଇସା ହ୍ରାସ ପାଇଥିଲା ।

ସୋମବାର ଭାରତୀୟ ମୁଦ୍ରା ୭୭.୫୦ ଟଙ୍କାରେ ପହଞ୍ଚିଥିଲା । ଦୁଇଟି କାରବାର ଦିନରେ ଭାରତୀୟ ମୁଦ୍ରାର ମୂଲ୍ୟ ୧.୧୫ ଟଙ୍କା ହ୍ରାସ ପାଇଛି । ଏହା ପୂର୍ବରୁ ଭାରତୀୟ ମୁଦ୍ରା ଏହାର ସର୍ବନିମ୍ନ ସ୍ତର ୭୬.୯୮ ଟଙ୍କା ମାର୍ଚ୍ଚ ୭ ତାରିଖରେ ଛୁଇଁଥିଲା । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି କାରଣରୁ ଭାରତୀୟ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି ।

ରୁଷ୍-ୟୁକ୍ରେନ୍ ଯୁଦ୍ଧ କାରଣରୁ ଆନ୍ତର୍ଜାତୀୟ ବଜାରରେ ଏହି ମୂଲ୍ୟ ଆହୁରି ବୃଦ୍ଧି ପାଇବାର ସମ୍ଭାବନା କର।।ଉଛି । ଆମେରିକାର ଫେଡେରାଲ ରିଜର୍ଭ ମଧ୍ୟ ଏହାର ସୁଧ ହାରକୁ ୧୪ ବେସିସ୍ ପଏଣ୍ଟ ବଢାଇ ଦେଇଛି । ଏହା ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାର ଆଉ ଏକ ପ୍ରମୁଖ କାରଣ ।

ଡଲାରର ବିନିମୟ ମୂଲ୍ୟ ବଢିବା ପାଇଁ ବିଶେଷଜ୍ଞ ମାନେ ଆମେରିକୀୟ ଡଲାର ଇଣ୍ଡେକ୍ସକୁ ଦାୟୀ କରିଛନ୍ତି । ଆମେରିକୀୟ ଡଲାର ଇଣ୍ଡେକ୍ସରେ ୮ ପ୍ରତିଶତର ଅଭିବୃଦ୍ଧି ସହିତ ଏହା ୨୦ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ବିଗତ ବର୍ଷରେ ଆମେରିକୀୟ ଡଲାର ଇଣ୍ଡେକ୍ସ ୧୦୩.୭୯ ରହିଥିବା ବେଳେ ୮ ପ୍ରତିଶତର ଅଭିବୃଦ୍ଧି ସହିତ ଏହା ୧୦୪.୦୭ ପଏଣ୍ଟରେ ପହଞ୍ଚିଛି ।

Get real time updates directly on you device, subscribe now.