fbpx
BSKY
BJD SHG SKY
BJD YOUTH SKY

ଏଣିକି ଅଦରକାରି ଫୋନ୍ କଲ୍ ଉପରେ ଲାଗିବ ୫୦ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଚଳିତ ବର୍ଷ ଲୋକସଭାରେ ଟେଲିକମ ବିଲ ଉପସ୍ଥାପିତ ହୋଇଥିଲା । ଏହି ବିଲରେ ଅନେକ ସଂସ୍କାର ପାଇଁ ବ୍ୟବସ୍ଥା ରହିଛି । ଏହି ବିଲ ଉପସ୍ଥାପନ କରିବା ସମୟରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ‘ଏହାର ଉଦ୍ଦେଶ୍ୟ କେବଳ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ନୁହେଁ ବରଂ ଏହି କ୍ଷେତ୍ରରେ ଲାଇସେନ୍ସ ରାଜକୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରିବା ସହ ଗ୍ରାହକଙ୍କୁ ଅଦରକାରି କଲରୁ ରକ୍ଷା କରିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଚଳିତ ବର୍ଷ ଲୋକସଭାରେ ଉପସ୍ଥାପିତ ହୋଇଥିବା ଟେଲିକମ ବିଲ ଯଦି ଆଇନରେ ପ୍ରଣୟନ ହୁଏ ତେବେ ଏହାର ସବୁଠାରୁ ବେଶି ଫାଇଦା ଗ୍ରାହକଙ୍କୁ ହେବ । ଟେଲିକମ ବିଲ ୨୦୨୩ରେ ୨ଟି ପ୍ରମୁଖ ବ୍ୟବସ୍ଥା କରାଯାଇଛି । ଅଦରକାରି କଲ ସମସ୍ୟାର ସମାଧାନ ପାଇଁ ଗ୍ରାହକମାନଙ୍କ ପାଇଁ ଡିସପ୍ୟୁଟ ରିଜଲ୍ୟୁଶନର ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ଅନ୍ତର୍ଗତ ଅଦରକାରୀ କଲ ଉପରେ ୫୦ ହଜାର ଟଙ୍କାର ଜୋରିମାନା ସହ କଲରଙ୍କ ଉପରେ ବ୍ୟାନ୍ ଲାଗିପାରିବ । ଗ୍ରହକଙ୍କ ବିନା ଅନୁମତିରେ କରାଯାଇଥିବା ପ୍ରୋମୋଶନାଲ କଲ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିପାରିବ । କେବଳ ଏତିକି ନୁହେଁ ବେଆଇନ ଭାବେ ଫୋନ ଟ୍ୟାପିଂ ହେଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୨ କୋଟି ଟଙ୍କା ଜୋରିମାନା ନଚେତ ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ ।

ଅନେକ ସମୟରେ ଫୋନ ‘ଡୁ ନଟ୍ ଡିଷ୍ଟର୍ବ’ମୋଡ଼ରେ ଥାଇ ମଧ୍ୟ ସିଷ୍ଟମ ଆକ୍ଟିଭେଟ ହେବା କାରଣରୁ ଅଦରକାରି କଲ ଆସିବା ଦ୍ୱାରା ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ କୌଣସି ପ୍ରକାର ଅପବ୍ୟବହାରକୁ ରୋକିବା ଟେଲିକମ ବିଲର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ବୈଷ୍ଣବ ।

 

Get real time updates directly on you device, subscribe now.