fbpx

ସୁଧୁରିବ ଗ୍ରାମୀଣ ପରିସ୍ଥିତି : ବର୍ତ୍ତମାନ ସମବାୟ ସମିତି ଖୋଲିବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର : ରାଜ୍ୟରେ ପରିସ୍ଥିତି ସୁଧୁରିବାକୁ ପ୍ରୟାସ କରୁଛି । ତେବେ ରାଜ୍ୟରେ ପ୍ରାଥମିକ କୃଷି ସମିତି ଏବଂ ବୃହତକାରୀ ବହୁମୁଖୀ ସମବାୟ ସମିତି ପେଟ୍ରୋଲ ପମ୍ପ, ଏଲପିଜି ଡିଲରସିପ ନେବା ପାଇଁ ନିଷ୍ପତ୍ତି ନେବାପରେ ବର୍ତ୍ତମାନ ଏହାକୁ ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ସାରା ରାଜ୍ୟରେ ମୋଟ ୧୦ଟି ଜିଲ୍ଲାରେ ୧୪ଟି ପ୍ରସ୍ତାବ ଦେଇଥିବା ବେଳେ ମାତ୍ର ୯ଟି କୃଷି ସମିତି ଓ ବୃହତକାରୀ ବହୁମୁଖୀ ସମବାୟ ସମିତି ପେଟ୍ରୋଲ ପମ୍ପ ପାଇଁ ଆବେଦନ କରିଛନ୍ତି । ଆବେଦନ ହସ୍ତାଗତ ହେବା ପରେ ରାଜ୍ୟର ସମବାୟ ସମିତି ରେଜିଷ୍ଟ୍ରର କାର୍ଯ୍ୟାଳୟ ଏନେଇ ତତ୍ପରତା ପ୍ରକାଶ କରିଛି ।

ତେବେ କାର୍ଯ୍ୟାଳୟ ପକ୍ଷରୁ ଏହି ୯ଟି ଜିଲ୍ଲାର ଡେପୁଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଆବେଦନ ଉପରେ ନିରୀକ୍ଷଣ କରିବାକୁ କୁହାଯାଇଛି । ସମସ୍ତ ନିରିକ୍ଷଣର ରିପୋର୍ଟ ହସ୍ତଗତ ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ପାକ୍ସ ଓ ଲ୍ୟାମ୍ପସଗୁଡିକ ଏଣିକି ପେଟ୍ରୋଲ ପମ୍ପ, ଏଲପିଜିର ଡିଲରସିପ ନେଇ ପାରିବେ । ତେବେ ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ପେଟ୍ରୋଲ ପମ୍ପ ଏବଂ ଏଲପିଜି ଡିଲରସିପ ଆବଣ୍ଟନରେ ପାକ୍ସ ହୁଡିକୁ ଅଗ୍ରାଧିକାର ପ୍ରଦାନ ନେଇ ନିକଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ଅଧିକ ନିୟୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟରେ, ପାକ୍ସ ଗୁଡିକୁ ଅଧିକ ରୋଜଗାର ପ୍ରଦାନ କରିବା, କାରବାର ବୃଦ୍ଧି , ସର୍ବୋପରେ ଗ୍ରାମୀଣ ଅର୍ଥନୀତିରେ ସୁଧାର ଆଣିବା ନିମନ୍ତେ ଏହି ସବୁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟରେ ମୋଟ ୧୪ଟି ପାକ୍ସ ଏବଂ ଲ୍ୟାମ୍ପସ୍ ପାଖରେ ପେଟ୍ରୋଲ ପମ୍ପ ପ୍ରତିଷ୍ଠା ନେଇ ପ୍ରସ୍ତାବ ଆସିଥିବା ବେଳେ କେବଳ ୯ଟି ପ୍ରସ୍ତାବ ଆବେଦନ ହୋଇଥିବାର ଜଣାପଡିଛି ।

Get real time updates directly on you device, subscribe now.