fbpx
BSKY
BJD MC SKY
BJD YOUTH SKY

୧୪ ମହଲାରୁ ଖସିପଡ଼ିଲେ କରୋନା ଭ୍ୟାକସିନ ଉପରେ କାମ କରୁଥିବା ଏହି ରୁଷ ବୈଜ୍ଞାନିକ

ନୂଆଦିଲ୍ଲୀ, ୨୧ା୧୨: କରୋନା ଭ୍ୟାକସିନ ଉପରେ କାମ କରୁଥିବା ରୁଷର ଜଣେ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତେବେ ବୈଜ୍ଞାନିକ ଜଣକ ନାମ ହେଉଛି ଆଲେକଜାଣ୍ଡାର ଶଶା କାଗାନସ୍କି । ଏହି ୪୫ ବର୍ଷୀୟ ପ୍ରସିଦ୍ଧ ବୈଜ୍ଞାନିକ କରୋନା ଭ୍ୟାକସିନ ଉପରେ କାର୍ଯ୍ୟ କରୁଥିଲେ ।

ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସନ୍ଦେହରେ ଜଣକୁ ଅଟକ ରଖିଛି । କାଗାନସ୍କି କେବଳ ଅଣ୍ଡରୱେର ପିନ୍ଧିଥିବା ସହ ତାଙ୍କ ଶରୀରରେ ଛୁରୀର ଦାଗ ରହିଥିବା ଜଣାପଡ଼ିଛି । ତେବେ ସେ କେଉଁ ଭ୍ୟାକସିନ ଉପରେ କାର୍ଯ୍ୟ କରୁଥଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ତେବେ ୧୪ ମହଲାରୁ ତଳକୁ ଖସିବା ପୂର୍ବରୁ କାଗାନସ୍କିଙ୍କ କାହା ସହ ଝଗଡ଼ା ହୋଇଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଇଛି । କିଛିଦିନ ପୂର୍ବରୁ ରୁଷ ସରକାର ତାଙ୍କୁ କରୋନା ଭାକସିନ ଉପରେ ଗବେଷଣା ପାଇଁ ଅନୁମତି ପ୍ରଦାନ କରିଥିଲେ ।

Get real time updates directly on you device, subscribe now.