fbpx

SACHIN @ 50, ବୟସର ଅର୍ଦ୍ଧଶତକରେ ମାଷ୍ଟର ବ୍ଲାଷ୍ଟର: କ୍ରିକେଟ ଜଗତ ପାଇଁ ସେ ଭଗବାନ

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଏହି ଗୋଟିଏ ନାଁ ହିଁ ଯଥେଷ୍ଟ ତାଙ୍କ ବିଷୟରେ ଜାଣିବା ପାଇଁ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ଏମିତି କେହି ଜଣେ ବ୍ୟକ୍ତି ନାହିଁ ଯିଏ, ସଚିନଙ୍କୁ ଜାଣି ନଥିବ । କ୍ରିକେଟରେ ରୁଚି ରଖୁ ନଥିବା ବ୍ୟକ୍ତି ମଧ୍ୟ ସଚିନ ନାଁ ଶୁଣିଲେ ଜାଣିଯାଏ ଯେ ଏହି ବ୍ୟକ୍ତି ଜଣକ ହେଉଛନ୍ତି କ୍ରିକେଟର ଭଗବାନ୍ । ଯେଉଁ ସମୟରେ ପିଲାମାନେ ଗଳି କ୍ରିକେଟରେ ଖେଳିଥାନ୍ତି, ସେହି ବୟସରେ ସେ ଇଣ୍ଟରନେସନାଲ କ୍ରିକେଟରେ ପାଦ ଥାପି ଦେଇଥିଲେ । ମାତ୍ର ୧୬ ବୟସରେ କ୍ରିକେଟ ଜଗରେ ଏଣ୍ଟ୍ରି କରିଥିବା ସଚିନ ଆଜି ୫୦ ବର୍ଷ ବୟସରେ ପହଞ୍ଚିଛନ୍ତି । ଶତକ ପରେ ଶତକ ହାସଲ କରୁଥିବା ଏହି ଖେଳାଳି ଆଜି ଜୀବନର ବୟସରେ ଅର୍ଦ୍ଧଶତକ ହାସଲ କରିଛନ୍ତି ।

Sport doesn't recognise anything other than on-field show: Sachin Tendulkar | Sports News,The Indian Express

୨୪ ଏପ୍ରିଲ ୧୯୭୩, ମୁମ୍ବାଇର ରମେଶ ତେନ୍ଦୁଲକରଙ୍କ ଘରକୁ ଆସିଥିଲେ ଜଣେ କୁନି ଅତିଥି । ଖୁସିରେ ବାପା ନାଁ ଦେଇଥିଲେ ସଚିନ୍ । ଆଉ ଧିରେ ଧିରେ ସେହି ନାଁ ସଚିନ୍ ରମେଶ ତେନ୍ଦୁଲକର ସାରା ବିଶ୍ୱର ଜଣେ ଯୋଗ୍ୟ ସନ୍ତାନ ବୋଲି ଆଖ୍ୟା ପାଇଛନ୍ତି । ପିଲାବେଳୁ କ୍ରିକେଟ ପ୍ରତି ତାଙ୍କର ଖୁବ ସଉକ ଥିଲା । ୧୯୮୩ ମସିହାରେ ଭାରତର ବିଶ୍ୱକପ ବିଜୟକୁ ଦେଖିବା ପରେ କ୍ରିକେଟ ପ୍ରତି ସେ ଆକୃଷ୍ଟ ହୋଇଥିଲେ ଏବଂ ଦିନେ ଭାରତ ପାଇଁ ଖେଳିବେ ବୋଲି ସ୍ୱପ୍ନ ଦେଖିଥିଲେ । ଆଉ ତାଙ୍କର ଏହି ସ୍ୱପ୍ନ ଖୁବଶୀଘ୍ର ପୂରଣ ହୋଇଥିଲା । ମାତ୍ର ୬ ବର୍ଷ ପରେ ୧୯୮୯ ମସିହାରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ ।

OTD: 16-year-old Sachin Tendulkar makes international debut against Pakistan - The Statesman

ପାକିସ୍ତାନ ବିପକ୍ଷ ଟେଷ୍ଟରେ ୧୮୭ ନମ୍ବରର କ୍ୟାପ୍ ପିନ୍ଧି କରାଚିର ଷ୍ଟାଡିୟମକୁ ଓହ୍ଲାଇଥିଲେ ସଚିନ ରମେଶ ତେନ୍ଦୁଲକର । ଏହାପରେ ଆଉ ପଛକୁ ଚାହିଁ ନାହାନ୍ତି ସଚିନ୍ । ଗୋଟିଏ ପରେ ଗୋଟିଏ ରେକର୍ଡ ସେ ନିଜ ନାମରେ କରି ଚାଲିଲେ । ପାକିସ୍ତାନ ବିପକ୍ଷ ଏହି ଦିନିକିଆ ସରିଜରେ ମଧ୍ୟ ତାଙ୍କୁ ଇଣ୍ଡିଆନ ଟିମ ପାଇଁ ସୁଯୋଗ ମିଳିଲା । ତେବେ କିଛି ରନ୍ କରିବା ପୂର୍ବରୁ ସେ ଆଉଟ ହୋଇଯାଇଥିଲେ । କିନ୍ତୁ ଖେଳ ପ୍ରତି ଆଗ୍ରହ ଏବଂ ନିଷ୍ଠା ତାଙ୍କୁ ଆଗକୁ ନେଇଯାଇଥିଲା । ୨୦ ବର୍ଷରେ ପାଦ ଥାପିବା ପୂର୍ବରୁ ସେ ଇଣ୍ଟରନେସନାଲ କ୍ରିକେଟରେ ୫ଟି ଧୂଆଁଧାର ଶତକ ହାସଲ କରି ସାରିଥିଲେ । ସଚିନ ତେନ୍ଦୁଲକରଙ୍କର ଉଚ୍ଚତା ୫.୬ ଫୁଟ ରହିଥିଲା । କିନ୍ତୁ ବିଶ୍ୱର ବଡ ବଡ ବୋଲରଙ୍କୁ ସାମନା କରି ଶତକ ହାସଲ କରିଥିବାରୁ ତାଙ୍କୁ ସୁନୀଲ ଗାଭାସ୍କର ‘ଲିଟିଲ ମାଷ୍ଟର’ ର ଆଖ୍ୟା ଦେଇଥିଲେ ।

ଏହାପରେ ଅନେକ ବିଶ୍ୱ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । କ୍ରିକେଟରେ ଏକମାତ୍ର ଖେଳାଳି ଭାବେ ସଚିନ ନିଜ କ୍ୟାରିୟରରେ ୬୬୪ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ୨୦୦ ଟେଷ୍ଟ, ୪୬୩ ଦିନିକିଆ ଏବଂ ଗୋଟିଏ ଟି-୨୦ ମ୍ୟାଚ ସାମିଲ ରହିଛି । ଏହି ବିଶ୍ୱ ରେକର୍ଡକୁ କୌଣସି ଖେଳାଳି ଭାଙ୍ଗିବା ହୁଏତ ସମ୍ଭବ ହୋଇ ନ ପାରେ । ୨୦୧୨ ମସିହାରେ ଦିନିକିଆରୁ ଅବସର ଘୋଷଣା କରିବା ପରେ ୨୦୧୩ରେ ନିଜ ୨୦୦ତମ ଟେଷ୍ଟ ଖେଳି ସେ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇଥିଲେ । କ୍ରିକେଟ କ୍ୟାରିୟରରେ ସେ ମୋଟ ୩୪,୩୫୭ ରନ୍ କରିଛନ୍ତି । ତେବେ ତାଙ୍କ ଅବସର ସହିତ କ୍ରିକେଟ ଜଗତରେ ଏକ ଯୁଗର ଅବସାନ ଘଟିଲା ବୋଲି କୁହାଯାଇଛି । କିନ୍ତୁ ଅବସରର ୧୦ ବର୍ଷ ପରେ ବି ସଚିନଙ୍କୁ ଭୁଲି ନାହାନ୍ତି ଦର୍ଶକ । ଏବେ ବି ତାଙ୍କର ଟିକିଏ ଝଲକ ପାଇବା ପାଇଁ ପାଗଳ ପରି ହେଉଛନ୍ତି କ୍ରିକେଟ ପ୍ରେମୀ । ତେବେ ଆଜି ସେ ନିଜ ବୟସରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କର ୫୦ତମ ଜନ୍ମଦିନ ଅବସରରେ ସାରା ବିଶ୍ୱ ତାଙ୍କୁ ଶୁଭେଚ୍ଛା ଜଣାଇଛି । HAPPY BIRTHDAY GOD OF CRICKET, SACHIN TENDULKAR

ICC Hall of Fame: Sachin Tendulkar

Get real time updates directly on you device, subscribe now.