ଭାଙ୍ଗିଲା ଅନେକ ସୁନ୍ଦରୀଙ୍କ ମନ, ଜୀବନ ସାଥୀ ବାଛିଲେ ଅର୍ଜ୍ଜୁନ ତେନ୍ଦୁଲକର, ପିଲାଦିନର ସାଙ୍ଗକୁ କଲେ…

ଏବେ ଅର୍ଜ୍ଜୁନ ସାନିଆଙ୍କୁ ତାଙ୍କୁ ମନର ରାଣୀ କରିଛନ୍ତି।

ନୂଆଦିଲ୍ଲୀ: ଜୀବନ ସାଥୀ ବାଛିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ ତେନ୍ଦୁଲକର। ପ୍ରସିଦ୍ଧ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ସାନିଆ ଚାନ୍ଦୋକଙ୍କ ସହ ସରିଛି ନିର୍ବନ୍ଧ। ଅପେକ୍ଷା ବିବାହକୁ।

ସାନିଆ- ଅର୍ଜ୍ଜୁନ ପିଲାଦିନର ସାଙ୍ଗ। ନିର୍ବନ୍ଧ କାର୍ଯ୍ୟକ୍ରରେ ଦୁଇ ପରିବାରର ସଦସ୍ୟଙ୍କ ସହ ଅନ୍ୟ କିଛି ଅତି ଘନିଷ୍ଠ ସମ୍ପର୍କୀୟ ଉପସ୍ଥିତି ଥିଲେ।

ଏହା ପୂର୍ବରୁ ଅର୍ଜ୍ଜୁନ ସାନିଆଙ୍କ ଫଟୋକୁ ଅନେକ ଥର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ହେଲେ ଏ ବିଷୟରେ କେହି ଜାଣିନଥିଲେ। ଏବେ ଅର୍ଜ୍ଜୁନ ସାନିଆଙ୍କୁ ତାଙ୍କୁ ମନର ରାଣୀ କରିଛନ୍ତି।

ସାନିଆ ମୁମ୍ବାଇର ଏକ ପ୍ରମୁଖ ବ୍ୟବସାୟ ପରିବାରର ସଦସ୍ୟ। ଘାଇ ପରିବାର ଆତିଥ୍ୟ ଓ ଖାଦ୍ୟ ଶିଳ୍ପର ଏକ ଦୃଢ଼ ପ୍ରଭାବ ରହିଛି।

ସାନିଆ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ ଏବଂ ଲୋକପ୍ରିୟ ଆଇସକ୍ରିମ ବ୍ରାଣ୍ଡ ବ୍ରୁକଲିନ କ୍ରିମେରୀର ମାଲିକ। ଭାରତୀୟ ସରକାରୀ ରେକର୍ଡ ଅନୁସାରେ ( କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ) ସାନିଆ ମୁମ୍ବାଇ ସ୍ଥିତ ମିଷ୍ଟର ପ୍ଲାଜ ପେଟ ସ୍ପା ଷ୍ଟୋର ଏଲଏଲପିରେ ଜଣେ ପାର୍ଟନର ଏବଂ ନିର୍ଦ୍ଦେଶକ ଅଛନ୍ତିି।

ଇନଷ୍ଟାଗ୍ରାମରେ ସାନିଆଙ୍କ ୮୦୫ ଜଣ ଫଲୋଅର୍ସ ଅଛନ୍ତି। ଅର୍ଜୁନଙ୍କ ବଡ଼ ଭଉଣୀ ସାରା ତେନ୍ଦୁଲକର ମଧ୍ୟ ସାନିଆଙ୍କୁ ଫଲୋ କରନ୍ତି। ରବି ଇକବାଲ ଘାଇ ମୁମ୍ବାଇ ବ୍ୟବସାୟ କ୍ଷେତ୍ରରେ ଜଣେ ପ୍ରମୁଖ ବ୍ୟକ୍ତି। ସେ ଗ୍ରାଭିସ୍ ହସ୍ପିଟାଲିଟି ଲିମିଟେଡରର ଅଧ୍ୟକ୍ଷ।

ସେ ଇକବାଲ କୃଷ୍ଣ ଆଇକେ ଘାଇଙ୍କ ପୁଅ, ଯିଏ ମୁମ୍ବାଇର ମାରିନ୍ ଡ୍ରାଇଭରେ ଥିବା ପ୍ରତିଷ୍ଠିତ କ୍ୱାଲିଟି ଆଇସିକ୍ରିମ ବ୍ରାଣ୍ଡ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ ପଛର ଦୂରଦୃଷ୍ଟିତା ଥିଲେ।

୨୫ ବର୍ଷର ଅର୍ଜ୍ଜୁନ ତେନ୍ଦୁଲକର ବାମ୍ ହାତୀ ଦ୍ରୁତ ବୋଲର ଏବଂ ଜଣେ ବାମହାତୀ ବ୍ୟାଟସମ୍ୟାନ୍‌। ସେ ଜଣେ ଅଲରାଉଣ୍ଡର।

ଅର୍ଜ୍ଜୁନ ଘରୋଇ କ୍ରିକେଟରେ ଗୋଆକୁ ପ୍ରତିନିଧିତ୍ୱ କରନ୍ତି। ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ମୁମ୍ବାଇ ଇଣ୍ଡିଆନ ପାଇଁ ଖେଳିଛନ୍ତି। ସେ ୨୦୨୦/୨୧ ସିଜିନ୍‌ରେ ମୁମ୍ବାଇ ସହିତ ତାଙ୍କର ଘରୋଇ କ୍ୟାରିଅର ଆରମ୍ଭ କରିଥିଲେ।

ଯେତେବେଳେ ସେ ହରିୟାଣ।। ବିପକ୍ଷରେ ଏକ ଟି-୨୦ ମ୍ୟାଚରେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ଜୁନିଅର ସ୍ତରରେ ପ୍ରତିନିଧିତ୍ୱ କରିଥିଲେ। ଏବଂ ଭାରତ ଅଣ୍ଡର-୧୯ ଦଳରେ ସ୍ଥାନ ପାଇଥିଲେ।

୨୦୨୨/୨୩ ସିଜିନରେ ସେ ଗୋଆକୁ ଚାଲିଯାଇଥିଲେ, ଯେଉଁଠାରେ ସେ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ ଏ କ୍ରିକେଟରେ ଡେବ୍ୟୁ କରିଥିଲେ।