fbpx

୫୦୦୦ ଗରିବଙ୍କୁ ଗୋଟେ ମାସର ରାସନ ଦେବେ ସଚିତ୍ ତେନ୍ଦୁଲକର

ମୁମ୍ବାଇ,୧୧ ।୪: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସଚିନ୍ ତେନ୍ଦୁଲକର କରୋନା ଭାଇରସକୁ ଦୃଷ୍ଟିରେ ରଖି ସାହାଯ୍ୟର ହାତ ବଢାଇଛନ୍ତି । ଏକ ଏନଜିଓ ମାଧ୍ୟମରେ ଶିବାଜୀ ନଗର ଓ ଗୋବନ୍ଦୀ ଅଞ୍ଚଳର ଗରିବ ଲୋକଙ୍କ ଏକ ମାସ ସାହାଯ୍ୟ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି ।

ଏନେଇ ତେନ୍ଦୁଲକରଙ୍କୁ ଧନ୍ୟବାଦ ଜଣାଇ ଅପନାଳୟ ନାମକ ଜଣେ ଏନଜିଓ ଟ୍ୱିଟ୍ କରି କହିଛନ୍ତି ଯେ, ଅପନାଳୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ସଚିନଙ୍କୁ ଧନ୍ୟବାଦ । ୫୦୦୦ ହଜାର ଲୋକଙ୍କ ଏକ ମାସରରାସନ ଦାୟିତ୍ୱ ସଚିନ୍ ବହନ କରିବେ । ବହୁ ଲୋକ ଅଛନ୍ତି, ଯେଉଁମାନଙ୍କୁ ଅପଣଙ୍କ ସମର୍ଥନର ଅବଶ୍ୟକତା ଅଛି । ଏନେଇ ଦାନ କରନ୍ତୁ ।’ ତେବେ ଏହାପୂର୍ବରୁ ସଚିନ୍ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ।

Get real time updates directly on you device, subscribe now.