ପ୍ରତିବାଦ ସମୟରେ ପୋଲିସ ସହିତ ଶିକ୍ଷକଙ୍କ ଧସ୍ତାଧସ୍ତି, ଭାଇରାଲ ହେଉଛି Video
କୋଲକାତାରେ ପ୍ରତିବାଦ ସମୟରେ ବହିଷ୍କୃତ ବଙ୍ଗୀୟ ଶିକ୍ଷକଙ୍କ ପୋଲିସ ସହିତ ସଂଘର୍ଷ ।
ନୂଆଦିଲ୍ଲୀ: କୋଲକାତାରେ ଏକ ପ୍ରତିବାଦ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଚାକିରି ହରାଇଥିବା ଶହ ଶହ ବଙ୍ଗୀୟ ଶିକ୍ଷକଙ୍କ ସହିତ ପୋଲିସ ହାତାହାତି ହୋଇଥିବା ଦେଖାଯାଇଥିଲା । ପ୍ରଦର୍ଶନକାରୀମାନେ ସଲ୍ଟ ଲେକରେ ଥିବା ବିକାଶ ଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଥିଲା ।
ଶିକ୍ଷକମାନେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ସେହି ସମୟରେ ଧସ୍ତାଧସ୍ତି ଯାଏଁ ପରିସ୍ଥିତି ଦେଖାଯାଇଥିଲା । ପୋଲିସ ବ୍ୟାରିକେଡ୍ ମଧ୍ୟ ଲଗାଇଥିଲା ।
ବିକାଶ ଭବନ ହେଉଛି ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟାଳୟ, ଯେଉଁଥିରେ ଶିକ୍ଷା ବିଭାଗ ମଧ୍ୟ ଅନ୍ତର୍ଭୁକ୍ତ । ଅପରାହ୍ନରୁ ବିକ୍ଷୋଭକାରୀମାନେ କୋଠା ବାହାରେ ସ୍ଲୋଗାନ ଦେଉଥିଲେ ଏବଂ ହଟିବାକୁ ପ୍ରସ୍ତୁତ ନଥିଲେ ।
ସେମାନେ ଚାହାଁନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଆସି ସେମାନଙ୍କୁ ଆଶ୍ୱସ୍ତି ଦିଅନ୍ତୁ ଯେ ସେମାନଙ୍କୁ ଆଉ ଥରେ ନିଯୁକ୍ତି ପରୀକ୍ଷା ଦେବାକୁ ପଡ଼ିବ ନାହିଁ ।
ପୁରା ମାମଲା କଣ- ସମଗ୍ର ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବାରୁ ସୁପ୍ରିମକୋର୍ଟ ଏପ୍ରିଲ ୭ ତାରିଖରେ ୨୦୧୬ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ଅଧୀନରେ ନିଯୁକ୍ତି ପାଇଥିବା ୨୫,୦୦୦ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
କୋର୍ଟ କହିଥିଲେ, “ଆମ ଦୃଷ୍ଟିରୁ ଏହା ଏପରି ଏକ ମାମଲା ଯେଉଁଥିରେ ସମ୍ପୂର୍ଣ୍ଣ ଚୟନ ପ୍ରକ୍ରିୟା ଦୁର୍ନୀତିଗ୍ରସ୍ତ ଏବଂ ଅପବିତ୍ର ହୋଇଯାଇଛି । ବଡ଼ ଧରଣର ଠକେଇ ଏବଂ ଏହାକୁ ଲୁଚାଇବାର ପ୍ରୟାସ ଏହି ଚୟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅବିଶ୍ୱସନୀୟ କରିଦେଇଛି।”
ପରେ ଛାତ୍ରମାନଙ୍କ ଦୁର୍ଦ୍ଦଶାକୁ ବିଚାର କରି, କୋର୍ଟ ‘ନିର୍ଦ୍ଦୋଷ’ ଶିକ୍ଷକମାନଙ୍କୁ ଆଶ୍ୱସ୍ତି ଦେଇଥିଲେ – ଅର୍ଥାତ୍ ଯେଉଁମାନଙ୍କ ବିରୁଦ୍ଧରେ ତଦନ୍ତରେ କୌଣସି ଅନିୟମିତତା ମିଳିନଥିଲା। ଏହି ରିହାତି କେବଳ ୯ମ ରୁ ଦ୍ୱାଦଶ ଶ୍ରେଣୀର ଶିକ୍ଷକମାନଙ୍କୁ ଦିଆଯାଇଛି ।
ରାଜ୍ୟର ଅନେକ ସ୍କୁଲରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏକକାଳୀନ ଅନେକ ଶିକ୍ଷକଙ୍କୁ ବହିଷ୍କାର କରାଯାଇଥିଲା, ଯାହା ଯୋଗୁଁ ରାଜ୍ୟ ସରକାର ଏବଂ ସ୍କୁଲ ସେବା ଆୟୋଗ କୋର୍ଟରୁ ରହିତାଦେଶ ମାଗିଥିଲେ ।
STORY | Jobless teachers gherao Bengal education department headquarters
READ: https://t.co/VedMmIvQDY
VIDEO:
(Full video available on PTI Videos – https://t.co/n147TvqRQz) pic.twitter.com/8ZOZ0D6KhW
— Press Trust of India (@PTI_News) May 15, 2025