fbpx
BSKY SKY
BSKY SKY

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରୁ ବିରତି ନେଇ ରେଲୱେରେ ନିଜ ଚାକିରି କ୍ଷେତ୍ରକୁ ଫେରି ଆସିଲେ ସାକ୍ଷୀ, ସ୍ୱାମୀ ସତ୍ୟବ୍ରତ କିନ୍ତୁ କହିଲେ ଆନ୍ଦୋଳନ ଜାରି ରହିବ

BSKY

ନୂଆଦିଲ୍ଲୀ:ବିନେଶ ଫୋଗଟ୍, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆଙ୍କ ନେତୃତ୍ୱରେ ସମସ୍ତ କୁସ୍ତିଯୋଦ୍ଧା କୁସ୍ତି ସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଛନ୍ତି । ଏ ସମସ୍ତ କୁସ୍ତିଯୋଦ୍ଧା ବ୍ରଜଭୂଷଣ ଶରଣଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଲଗାଇଛନ୍ତି । ବ୍ରଜଭୂଷଣ ଶରଣଙ୍କ ଗିରଫ ଦାବୀ କରି ସମସ୍ତ କୁସ୍ତିଯୋଦ୍ଧାଏପ୍ରିଲ ୨୩ରୁ ଜନ୍ତରମନ୍ତର ଠାରେ ଧାରଣା ଦେଇଥିଲେ । ମେ’ ୨୮ରେ ପୋଲିସ ଜନ୍ତର ମନ୍ତର ଠାରେ ପହଞ୍ôଚ ଏମାନଙ୍କୁ ସେଠାରୁ ଖାଲି କରିଥିଲା ।

ଏବେ ସୂଚନା ମିଳିଛି କୁସ୍ତିଯୋଦ୍ଧା ସାକ୍ଷୀ ଏହି ଆନ୍ଦୋଳନରୁ ସାମୟିକ ଭାବରେ ଦୂରେଇ ଯାଇ ନିଜ ଚାକିରୀରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ଏତିକି ନୁହେଁ ସେ ରେଲୱେରେ ପୂର୍ବରୁ କରୁଥିବା ନିଜ ଚାକିରୀକୁ ଫେରି ଯାଇଛନ୍ତି । ତେବେ ଏହା ପଛରେ କଣ କାରଣ ରହିଛି ତାହା ଏବେ ସାମ୍ନାକୁ ଆସି ନାହିଁ ।

୭ ଜଣ କୁସ୍ତିଯୋଦ୍ଧା ୨୧ ଏପ୍ରିଲରେ କନଟ୍ ପ୍ଲେସ୍ ଥାନାରେ ବ୍ରଜଭୂଷଣ ଶରଣଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଅଭିଯୋଗ ଆଧାରରେ ୨୮ ଏପ୍ରିଲରେ ଦିଲ୍ଲୀ ପୋଲିସ ବ୍ରଜଭୂଷଣ ଶରଣଙ୍କ ବିରୁଦ୍ଧରେ ମାମଲା ଦାୟର କରିଥିଲା । ନାବାଳିକା ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ପୋସ୍କୋ ଆକ୍ଟ ଜରିଆରେ ମାମଲା ରୁଜୁ କରାଯାଇଛି ଓ ଅନ୍ୟ ଏକ ଏଫ୍ଆଇଆର୍ ଅନ୍ୟ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ରୁଜୁ କରାଯାଇଛି । ଏହି ମାମଲାରେ ପୋଲିସର ଯାଞ୍ଚ ଜାରି ରହିଛି ।

ଏହା ପୂର୍ବରୁ ଶନିବାର ରାତିରେ ସମସ୍ତ କୁସ୍ତିଯୋଦ୍ଧା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଥିଲେ । କିନ୍ତୁ ଏହି ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ନ ଥିଲା । ଅନ୍ୟପକ୍ଷରେ ସାକ୍ଷୀଙ୍କ ସ୍ୱାମୀ ସତ୍ୟବ୍ରତ କହିଛନ୍ତି ଏହି ଆନ୍ଦୋଳନ ଜାରି ରହିବ ଏବଂ ଆମେ ଏଥିଲାଗି ନୂତନ ରଣନୀତି ପ୍ରସ୍ତୁତ କରୁଛୁ । ଏଠାରେ ସୂଚାଇ ଦିଆଯାଇପାରେ ସାକ୍ଷୀ ୨୦୧୬ ଅଲମ୍ପିକ୍ ରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.