ଏମିତି ଏକ ଚାକିରୀ ଯେଉଁଠି ଦରମା 1 କୋଟିରୁ ଅଧିକ, କରିବାକୁ ପଡେ ଏଭଳି କାମ

ସାରା ବିଶ୍ଵରେ ସବୁଠାରୁ ବିପଦପୂର୍ଣ୍ଣ ଚାକିରୀ

ଓଡିଶା ଭାସ୍କର: ସମସ୍ତେ ଚାହାଁନ୍ତି ଏପରି ଏକ ଚାକିରୀ କରିବା ପାଇଁ ଯେଉଁଥିରେ ବହୁତ ଟଙ୍କା ରୋଜଗାର କରିହେବ। ସେଥିପାଇଁ କିଛି ଲୋକ ପାଠ ପଢି ଚାକିରୀ କରନ୍ତି ଏବଂ ଆଉ କିଛି ଲୋକ ବ୍ୟବସାୟ କରନ୍ତି। ସାରା ବିଶ୍ୱରେ ଏପରି ଅନେକ ବିପଦପୂର୍ଣ୍ଣ ଚାକିରି ଅଛି, ଯେଉଁଥିରେ ଦରମା ବହୁତ ଅଧିକ ଥାଏ କିନ୍ତୁ ସେହି ଚାକିରୀ କରିବା ପାଇଁ ବହୁତ କମ ଲୋକ ସାହସ କରିଥାନ୍ତି।

ସେହିପରି ଜଣେ ସାହସୀ ମହିଳା ହେଉଛନ୍ତି 30 ବର୍ଷୀୟା ଲେଡି ଭିଲାମିଲ। ସେ ସମୁଦ୍ର ମଝିରେ ଏକ ତେଲ ରିଗରେ ଜଣେ ଇଞ୍ଜିନିୟର। ତାଙ୍କର ଦରମା 1 କୋଟି 15 ଲକ୍ଷରୁ ଅଧିକ। ଏହି କାମରେ ଏକ ଛୋଟ ଭୁଲ ଜୀବନ ନେଇପାରେ। ଓଜନିଆ ମେସିନ୍, ନିଆଁ ଏବଂ ଦୁର୍ଘଟଣା ଏଠାକାର ନିତିଦିନିଆ କଥା।

200 ପୁରୁଷଙ୍କ ମଧ୍ୟରେ ଏକା କାମ କରୁଥିବା ଭିଲାମିଲଙ୍କୁ ପ୍ରାୟତଃ ସମସ୍ତେ ଉପହାସ ଏବଂ ପକ୍ଷପାତିତା କରିଥାନ୍ତି। କିଛି ପୁରୁଷ ତ ତାଙ୍କୁ ଏହି କାମ ପାଇଁ ଅନୁପଯୁକ୍ତ ବୋଲି କହିଥାନ୍ତି। ତଥାପି, ଲେଡି ଦୃଢ଼ ଏବଂ ସାହସର ସହିତ କାମ କରନ୍ତି। କଲମ୍ବିଆର ବାସିନ୍ଦା ଲେଡି ଭିଲାମିଲ ଗତ ସାତ ବର୍ଷ ଧରି ତେଲ ରିଗରେ କାମ କରୁଛନ୍ତି। ସେ UAE, ନାମିବିଆ, ଇଣ୍ଡୋନେସିଆ ଏବଂ ସ୍ପେନ୍ ଭଳି ଦେଶରେ ରିଗ୍ ଉପରେ କାମ କରିଛନ୍ତି। ଯାହା ବହୁତ ବିପଜ୍ଜନକ କାମ ଅଟେ।

ସେ ତାଙ୍କ ସାଙ୍ଗ ଡେଲି ମେଲକୁ କୁହନ୍ତି, ଏହା ହେଉଛି ବିଶ୍ୱର ସବୁଠାରୁ ବିପଜ୍ଜନକ କାମ ମଧ୍ୟରୁ ଗୋଟିଏ। CDC ଅନୁଯାୟୀ, ଏହି ଚାକିରୀରେ ପ୍ରତି 100,000 ଶ୍ରମିକଙ୍କ ମଧ୍ୟରୁ 27.1 ଜଣଙ୍କର ମୃତ୍ୟୁ ହୁଏ, ଯାହା ସାଧାରଣ ଚାକିରି ତୁଳନାରେ ସାତ ଗୁଣ ଅଧିକ।

ଏହି ତେଲ ରିଗ୍ ସମୁଦ୍ର ମଝିରେ ଅବସ୍ଥିତ, ଯେଉଁଠାରୁ ଡାକ୍ତର କିମ୍ବା ହସ୍ପିଟାଲ ଘଣ୍ଟା ଘଣ୍ଟା ଦୂରରେ ଅଛି। ଲେଡି କୁହନ୍ତି, “ସେହି ଜାଗାକୁ ଆମକୁ ହେଲିକପ୍ଟରରେ ଯିବାକୁ ପଡେ, ଯେଉଁଠି କେବଳ ପାଣି ହିଁ ପାଣି। ସେଠାରେ ଉଚ୍ଚ ଚାପ, ଗରମ ଏବଂ ଜ୍ୱଳନଶୀଳ ତେଲ ସହିତ କାମ କରିବାକୁ ପଡିଥାଏ।

ଯେଉଁଠି ଏକ ଦୁର୍ଘଟଣା ସବୁକିଛି ଶେଷ କରିପାରେ। ଥରେ କିଛି ଲୋକ ଭୁଲ ଜାଗାରେ ଥିବାବେଳେ କଣ୍ଟେନର ସେମାନଙ୍କୁ କାନ୍ଥରେ ଚାପି ଦେଇଥିଲା, ଫଳରେ ସେମାନଙ୍କର ଜୀବନ ଚାଲିଯାଇଥିଲା। କେବଳ ଏତିକି ନୁହେଁ, ହେଲିକପ୍ଟରରେ ଯିବା ଆସିବା କରିବା ମଧ୍ୟ ବିପଜ୍ଜନକ। ହେଲିକପ୍ଟର ସମୁଦ୍ରରେ ପଡ଼ିଲେ ସେଠାରୁ କିପରି ରକ୍ଷା ପାଇ ହେବ ସେ ବିଷୟରେ ସେମାନଙ୍କୁ ତାଲିମ ଦିଆଯାଏ।

ଏଠାରେ ନେଟୱର୍କ ନପାଇବା ଯୋଗୁଁ ମେସେଜ୍ ପଠାଇବା ମଧ୍ୟ କଷ୍ଟକର ହୋଇଯାଏ। ଯାହାଦ୍ୱାରା ଘର ଲୋକଙ୍କ ସହ ବର୍ଷ ବର୍ଷ ଧରି କଥା ହେଇ ହୁଏନାହିଁ।

ଲେଡି କୁହନ୍ତି ମୁଁ ଜଣେ ଝିଅ ବୋଲି ଏଠାରେ ସମସ୍ତେ ମତେ ଦୁର୍ବଳ ବୋଲି ଭାବିଥାନ୍ତି। ଥରେ ଜଣେ ପୁରୁଷ ମୋତେ ଖରାପ ଦୃଷ୍ଟିରେ ଛୁଇଁବାକୁ ଚେଷ୍ଟା ମଧ୍ୟ କରିଥିଲେ। ଆରମ୍ଭରୁ ଏହି ସବୁ ବିଷୟରେ ଭାବି ବହୁତ ଦୁଃଖ ଲାଗେ, କିନ୍ତୁ ଏବେ ଆଉ ଲାଗୁନି। ମୁଁ ଏବେ ସାହସର ସହିତ ସବୁକିଛି ସାମ୍ନା କରୁଛି।