fbpx

ବର୍ଷକୁ ଦରମା ୧ କୋଟି: କେବଳ ଦୁଇଟି କୁକୁରଙ୍କର ଯତ୍ନ ନେବାକୁ ପଡ଼ିବ, ୪୨ ଦିନ ଛୁଟି ବି ମିଳିବ

ନୂଆଦିଲ୍ଲୀ: ଆଜିର ସମୟରେ ଟଙ୍କା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଅଧିକ ଅର୍ଥ ରୋଜଗାର କରିବା ପାଇଁ ଆଜିର ଯୁବପୀଢ଼ି ପାଠପଢ଼ାରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଡାକ୍ତର, ଇଞ୍ଜିନିୟର, ପ୍ରଶାସନିକ ଅଧିକାରୀ, ଅଧ୍ୟାପକ ଆଦି ଚାକିରି କରି ଅନେକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏଥିସହିତ ବିଭିନ୍ନ ପ୍ରାଇଭେଟ କମ୍ପାନୀରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ବଡ଼ ପ୍ୟାକେଜ୍ ମିଳୁଛି ।

ତେବେ ଏହା ମଧ୍ୟରେ ଗୋଟିଏ ନୂଆ ପ୍ରକାରର ଚାକିରି ସୁଯୋଗ ଆସିଛି । ଏହି ଚାକିରିରେ ଆପଣ ବର୍ଷକୁ କୋଟିଏ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କୁ କୁକୁରଙ୍କ ଦେଖାଶୁଣା କରିବାକୁ ପଡ଼ିବ । ନିକଟରେ ଲଣ୍ଡନରୁ ଏପରି ଏକ ଅଜବ ଧରଣର ଚାକିରି ଖବର ଆସିଛି । ଲଣ୍ଡନର ଜଣେ ଅରବପତି ନିଜର ଦୁଇଟି କୁକୁରଙ୍କର ଯତ୍ନ ନେବା ପାଇଁ ଜଣେ କୁକୁର ପାଳକଙ୍କୁ ଖୋଜୁଛନ୍ତି ।

ନିଜର ଦୁଇଟି କୁକୁରଙ୍କର ଯତ୍ନ ନେବା ପାଇଁ ଉକ୍ତ ଅରବପତି ଜଣଙ୍କର ଏକ କୋଟି ଟଙ୍କା ଦରମା ଦେବେ ବୋଲି ଘୋଷଣା କରିଛନ୍ତି । କୁକୁର ପାଳକଙ୍କୁ ବର୍ଷକ ମଧ୍ୟରେ ୪୨ ଦିନ ଛୁଟି ମିଳିବ । ଏଥିସହିତ ପ୍ରାଇଭେଟ ଜେଟରେ ଯାତ୍ରା କରିବାର ସୁଯୋଗ ମିଳିବ । କୁକୁରଙ୍କୁ ବୁଲାଇ ନେବା, ଖାଇବାକୁ ଦେବା ଆଦି କାର୍ଯ୍ୟ କର୍ମଚାରୀ ଜଣଙ୍କ କରିବେ । ଏହି ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ନିକଟରେ କୁକୁରଙ୍କ ଖାଦ୍ୟପେୟ ବିଷୟରେ ଜ୍ଞାନ ରହିଥିବା ଆବଶ୍ୟକ । ଏହି ଚାକିରି କରିବା ପରେ ପ୍ରାର୍ଥୀ ଜଣଙ୍କ ବ୍ୟକ୍ତିଗତ ଜୀବନ ଅପେକ୍ଷା କୁକୁର ଉପରେ ଅଧିକ ଧ୍ୟାନ ଦେବେ ବୋଲି ସର୍ତ୍ତ ରଖାଯାଇଛି ।

Get real time updates directly on you device, subscribe now.