fbpx

UK ରୁ ଆସୁଛି ହତ୍ୟା ଧମକ ! ମେଡିକାଲ ଛାତ୍ର ପଠାଉଛି ଇ-ମେଲ, ଲୁକ ଆଉଟ ସର୍କୁଲାର ଜାରି

ମୁମ୍ବାଇ : ବଲିଉଡ ଅଭିନେତା ସଲମନ ଖାନଙ୍କୁ ବାରମ୍ବାର ହତ୍ୟା ଧକମ ମିଳୁଛି । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଧକମପୂର୍ଣ୍ଣ ଇମେଲ ଆସୁଛି । ତେବେ କିଏ ଦେଉଛି ଏହି ଧମକ? ଏହାକୁ ପୋଲିସ ଯେତିକି ଚିନ୍ତିତ ତାହାକୁ ନେଇ ଅଧିକ ଚିନ୍ତିତ ଭାଇଜାନ୍ ର ଫ୍ୟାନ୍ସ । କିଏ ଏହି ହତ୍ୟା ଧମକ ପଠାଇଛି ତାହାକୁ ନେଇ ପୋଲିସ ହାତରେ ବଡ ସୁରାକ ଲାଗିଛି । ୟୁକେ ରେ ପଢୁଥିବା ଜଣେ ମେଡିିକାଲ ଛାତ୍ର ଏହି ହତ୍ୟା ଧମକ ପଠାଉଛି ବୋଲି ପୋଲିସ କହିଛି । ସେ ଭାରତ ହରିୟାଣାର ମୂଳ ବାସନ୍ଦା ବୋଲି ଜଣାପଡିଛି । ମୁମ୍ବାଇ ପୋଲିସ ସେହି ଛାତ୍ର ନାଁରେ ଲୁକ ଆଉଟ ସର୍କୁଲାର ଜାରି କରିଛି। ମଙ୍ଗଳବାର ଦିନ ଜଣେ ପୋଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି ଯେ ସଲମନଙ୍କୁ ହତ୍ୟା ଇମେଲ ପଠାଇଥିବା ଅଭିଯୁକ୍ତ ଛାତ୍ରଙ୍କୁ ଭାରତକୁ ଆଣିବା ପାଇଁ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି। ସେ କହିଛନ୍ତି, ‘ଅନୁସନ୍ଧାନରୁ ଜଣାପଡିଛି ଯେ ଛାତ୍ର ହରିୟାଣାର ବାସିନ୍ଦା। ମେଡିକାଲ ପାଠ୍ୟକ୍ରମର ଅଧ୍ୟୟନ କରୁଛି ଏବଂ ତୃତୀୟ ବର୍ଷର ଛାତ୍ର । ଛାତ୍ର ଜଣକ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଫେରିଯିବାର ସମ୍ଭାବନା ରହିଛି କାରଣ ବ୍ରିଟେନରେ ତାଙ୍କର ଏକାଡେମିକ୍ ଅଧିବେଶନ ଶେଷ ହୋଇଯିବ। ମାର୍ଚ୍ଚରୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି  ନାମରେ ଏହି ଜଣେ ଛାତ୍ର ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିବା ପୋଲିସ ସନ୍ଦେହ କରୁଛି।

କିଛି ଦିନ ପୂର୍ବେ ସଲମାନ ଖାନଙ୍କ ଏକ ଅଫିସିଆଲ ଆଇଡିରେ ଇ-ମେଲ ପଠାଇ ହତ୍ୟା ଧମକ ଦେଇଥିଲା । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କ ସହଯୋଗୀ ଗୋଲଡି ବ୍ରାରଙ୍କୁ ଭେଟିବା ପାଇଁ ସେହି ମେଲରେ କୁହାଯାଇଥିଲା । ପରେ ନିକଟରେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ନାବାଳକ ଫୋନ କରି ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା।

Get real time updates directly on you device, subscribe now.