fbpx

ବିବାହ କଲେ ସଲମାନ୍, ମଥାରେ ସିନ୍ଦୁର ପିନ୍ଧାଉଥିବାର ଭିଡିଓ ଭାଇରାଲ !

ମୁମ୍ବାଇ,୧୪ ।୧୨: ବଲିଉଡର ଦବଙ୍ଗ ହିରୋ ସଲମାନ ଖାନ୍ ଏବେ ବିଗ୍ ବସ୍-୧୩ର ହୋଷ୍ଟ କରୁଥିବା ବେଳେ ଅନ୍ୟପଟେ ଆଗାମୀ ସିନେମା ‘ଦବଙ୍ଗ-୩’ ପାଇଁ ପ୍ରମୋସନରେ ବ୍ୟସ୍ତ ରହୁଛନ୍ତି । ନିଜ କାମରେ ସଲମାନ ଏତେ ବ୍ୟସ୍ତ ଯେ, ତାଙ୍କୁ ନିଜ ପାଇଁ ସମୟ ମଧ୍ୟ ମିଳୁନାହିଁ । ଏଭଳି ସମୟରେ ସଲମାନ କେବେ ବିବାହ କରିବେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । କିନ୍ତୁ ଏବେ ସଲମାନ ବିବାହ କରିଛନ୍ତିି । ନିକଟରେ ସଲମାନ ବିବାହ କରୁଥିବାର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସଲମାନ ମଥାରେ ଲଗାଉଥିବାର ନଜର ଆସିଛନ୍ତି ।

ତେବେ ବିଗ୍ ବସ୍-୧୩ର ଆଗାମୀ ଏପିସୋଡରେ ସଲମାନଙ୍କ ବିବାହ ଏକ ମଜାକର ଝଲକ ଅଟେ । ୱିକେଣ୍ଡରେ ସଲମାନଙ୍କ ସହ ହସି ମଜାକ୍ କରିବାକୁ ଆସୁଛନ୍ତି କମେଡିଆନ୍ ସୁନିଲ ଗ୍ରୋଭର । ଏହି ଶୋ’ରେ ସୁନିଲ ଗୁଡ଼ି ଭୂମିକାରେ ନଜର ଆସିବା ସହ ସଲମାନଙ୍କୁ ବିବାହ କରିଥିବାର ଦେଖିବାକୁ ମିଳିବ । କଲର୍ସ ଚ୍ୟାନେଲ ନିଜର ଅଫିସିଆଲ ଆକାଉଣ୍ଟରେ ସଲମାନଙ୍କ ବିବାହର ଏହି ଭିଡିଓ ସେୟାର କରିଛି ।

Get real time updates directly on you device, subscribe now.