fbpx

ଆଜିଠାରୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ

ସମ୍ବଲପୁର, ୨୬/୭(ଓଡିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ କରୋନା ମୁକାବିଲା ନେଇ ବିଭିନ୍ନ ଜିଲ୍ଲାରେ ବହୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଦୁଇଟି ପର୍ଯ୍ୟାୟରେ ୧୦ଦିନ ପାଇଁ ସମ୍ବଲପୁର ଜିଲ୍ଲା ସଟଡାଉନ ରଖିବାକୁ ଘୋଷଣା କରିଥିଲେ ଜିଲ୍ଲାପାଳ।

ପ୍ରଥମ ପର୍ଯ୍ୟାୟରେ ୨୨ରୁ ୨୫ ତାରିଖ ୪ଦିନ ସମ୍ପୂର୍ଣ୍ଣ ସଟଡାଉନ ରହିଥିଲା । ସେହିପରି ଆଜିଠାରୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟଡାଉନ ଆରମ୍ଭ ହେବ। ୬ଦିନିଆ ସଟଡାଉନରେ କଟକଣା ସାମାନ୍ୟ କୋହଳ କରାଯିବ।  ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ରାସନ ଓ ପରିବା ଦୋକାନ ଖୋଲା ରହିବ। ଏହାସହ ସମସ୍ତ କୋଭିଡ ଗାଇଡଲାଇନ ମାନିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲାପାଳ ଏହିପରି ପଦକ୍ଷେପ ନେଇଛନ୍ତି । 

 

Get real time updates directly on you device, subscribe now.