IPL ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖୁସି ଖବର, ପୁଣି ଦ୍ୱିଶତକ କଲେ ସମୀର ରିଜଭି
ଏହି ସିଜିନରେ ଦୁଇଟି ଦ୍ୱିଶତକ କରି ଫର୍ମରେ ସମୀର। ଦିଲ୍ଲୀ କ୍ୟପିଟାଲ୍ସ ପାଇଁ ଭଲ ସଙ୍କେତ।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଅଧିନାୟକ ସମୀର ରିଜଭି ତ୍ରିପୁରା ବିପକ୍ଷରେ ଦ୍ୱିଶତକ ହାସଲ କରି ଇତିହାସ ରଚିଛନ୍ତି। ୨୩ ବର୍ଷରୁ କମ୍ ରାଜ୍ୟ ଟ୍ରଫିରେ ସେ ଏହି ସଫଳତା ହାସଲ କରିଛନ୍ତି। ଫଳରେ ସମୀର ରିଜଭି ପୁରୁଷ ୨୩ ବର୍ଷରୁ କମ୍ ରାଜ୍ୟ ଟ୍ରଫିରେ ୨ଟି ଦ୍ୱିଶତକ ହାସଲ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
ସମୀର ରିଜଭି ତ୍ରିପୁରା ବିପକ୍ଷରେ ୯୭ ବଲ୍ ରୁ ୨୦୧ ରନ୍ ର ଅପରାଜିତ ଇନିଂସ୍ ଖେଳିଥିଲେ। ଏହା ପୂର୍ବରୁ ଏହି ବ୍ୟାଟ୍ସମ୍ୟାନ୍ ବିଦର୍ଭ ବିପକ୍ଷରେ ୧୦୫ ବଲ୍ ରେ ଅପରାଜିତ ୨୦୨ ରନ୍ ର ଇନିଂସ୍ ଖେଳିଥିଲେ। ସେହି ମ୍ୟାଚ୍ ରେ ସମୀର ରିଜଭିଙ୍କ ଦଳ ଉତ୍ତରପ୍ରଦେଶ ୪୦୭ ରନ୍ ର ବିଜୟ ଲକ୍ଷ୍ୟ ହାସଲ କରିଥିଲା।
ଅଚାନକ ଚୌକା ଛକା ବର୍ଷା:
ତ୍ରିପୁରା ବିପକ୍ଷ ଦ୍ରୁତ ଇନିଂସରେ ସମୀର ରିଜଭି ୨୦ ଛକା ଓ ୧୩ ଚୌକା ମାରିଥିଲେ। ତେବେ ଏହି ଆଶ୍ଚର୍ଯ୍ୟଜନକ ଇନିଂସ ପରେ ସମୀର ରିଜଭି ସୋସିଆଲ ମିଡିଆରେ ଲଗାତାର ଟ୍ରେଣ୍ଡ କରୁଛନ୍ତି । ଆଇପିଏଲ୍ ୨୦୨୫ ସିଜନ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଭଲ ସଙ୍କେତ ରହିଛି ବୋଲି କ୍ରିକେଟ୍ ପ୍ରଶଂସକମାନେ କହିଛନ୍ତି।
ନିକଟରେ ଆଇପିଏଲ୍ ମେଗା ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ସମୀର ରିଜଭିଙ୍କୁ ୯୦ ଲକ୍ଷ ଟଙ୍କାରେ ଚୁକ୍ତି କରିଥିଲା। ସମୀର ରିଜଭି ପୂର୍ବରୁ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସରେ ଖେଳୁ ଥିଲେ। ବାସ୍ତବରେ ୨୦୨୩ ଆଇପିଏଲ୍ ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ସମୀର ରିଜଭିଙ୍କୁ ୮.୪୦ କୋଟି ଟଙ୍କାରେ କିଣିଥିଲା। ଏହାପରେ ଏହି ଖେଳାଳି ଖୁବ ଚର୍ଚ୍ଚାରେ ରହିଥିଲେ ।
🚨 Record Alert
Uttar Pradesh captain Sameer Rizvi becomes the first batter to score two double centuries in the Men’s U23 State A Trophy 👏
201*(97) vs Tripura
202* (105) vs Vidarbha (Chased 407)
Watch 🎥 snippets of his 202* vs Vidarbha 🔽#U23StateATrophy | @IDFCFIRSTBank https://t.co/6MUCGEpE0U pic.twitter.com/kg1gAKRNJd
— BCCI Domestic (@BCCIdomestic) December 26, 2024
ତେବେ ଆଇପିଏଲରେ ଚେନ୍ନାଇ ପାଇଁ ସମୀର ରିଜଭିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ସମୀର ରିଜଭି ଆଇପିଏଲର ୫ଟି ମ୍ୟାଚରେ ୧୧୮ ଷ୍ଟ୍ରାଇକ୍ ରେଟ୍ ରେ ମାତ୍ର ୫୧ ରନ୍ ଯୋଡ଼ି ପାରିଥିଲେ। ଏହାପରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ମେଗା ନିଲାମ ପୂର୍ବରୁ ସମୀର ରିଜଭିଙ୍କୁ ରିଲିଜ୍ କରିଥିଲା।
ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମେଗା ନିଲାମରେ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କୁ ୯୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଛି। ତେବେ ଆଇପିଏଲ୍ ୨୦୨୫ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସମୀର ରିଜଭି କିପରି ପ୍ରଦର୍ଶନ କରନ୍ତି ତାହା ଦେଖିବା ମଜାଦାର ହେବ।