fbpx

ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ: ଗାଡ଼ିରେ ପଡ଼ିଛି ରକ୍ତ ଛିଟା, ଘନେଇଲା ସନ୍ଦେହ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଶାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ହୋଇଯାଇଛନ୍ତି । ଗତକାଲି ରାତିରୁ ସେ ନିଖୋଜ ହୋଇଯାଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ଢ଼ୋଲପଶି-ଶାଙ୍କୁଲେଇ ରାସ୍ତାକଡ଼ରୁ ନିଖୋଜ ବ୍ୟକ୍ତିଙ୍କ ସ୍କୁଟି ଜବତ ହୋଇଛି । ପୋଲିସ୍ ଉକ୍ତ ସ୍କୁଟିକୁ ଜବତ କରିବା ପରେ ଉକ୍ତ ସ୍କୁଟିରେ ରକ୍ତ ଛିଡ଼ା ଲାଗିଥିବା ରହିଛି ସୂଚନା । ଗତକାଲି ରାତିରେ କିଛି ଅଜଣା ବ୍ୟକ୍ତି ତାଙ୍କୁ ରାସ୍ତାରେ ଅଟକାଇଥିବା ସେ ପତ୍ନୀଙ୍କୁ ଫୋନ୍ କରି କହିଥିଲେ । ସୂଚନା ଯେ, ଦ୍ୱିତୀୟ ପର୍ଯ୍ୟାୟରେ କାଲି ଶାଙ୍କୁଲେଇ ପଞ୍ଚାୟତରେ ହେବାକୁ ଯାଉଛି ଭୋଟ୍ ।

Get real time updates directly on you device, subscribe now.