fbpx

‘Sanam Bewafa’ ଫିଲ୍ମର ନିର୍ଦ୍ଦେଶକ ସାୱନ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ‘ସନମ୍ ବେବଫା’ ଫିଲ୍ମର ନିର୍ଦ୍ଦେଶକ ସାୱନ କୁମାର ଟାକଙ୍କର ପରଲୋକ ଘଟିଛି । ହୃଦ ଜନିତ ସଂକ୍ରମଣ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗମ୍ଭୀର ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ସାୱନ ମୃତ୍ୟୁ ପରେ ବି ସମସ୍ତଙ୍କର ହୃଦୟରେ ରହିବେ ବୋଲି ବଲିଉଡ ଅଭିନେତା ସଲମାନ ଖାନ୍ କହିଛନ୍ତି ।

ମୃତ୍ୟୁ ବେଳକୁ ସାୱନଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ତାଙ୍କର ୩ଟି ଭଉଣୀ ଓ ଗୋଟିଏ ଭାଇ ଥିଲେ । ଦୁଇ ଦିନ ପୂର୍ବରୁ ତାଙ୍କଠାରେ ହାଟ୍ ସମସ୍ୟା ଦେଖାଯାଇଥିଲା । ତା’ପରେ ତାଙ୍କୁ କୋଲିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅପରାହ୍ଣ ପାଖାପାଖି ୪ଟା ସମୟରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା ଓ ସେ ଆରପାରିକୁ ଚାଲିଯାଇଥିଲେ । ସେ ୧୯ରୁ ଅଧିକ ଫିଲ୍ମ ପ୍ରଯୋଜନା କରିଥିଲେ ।

ସାୱନ ‘ସନମ୍ ବେବଫା, ସୌତନ, ସାଜନ ବିନା ସୁହାଗନ ପରି ଅନେକ ବ୍ଲକ ବଷ୍ଟର ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ଏଥିସହିତ ସେ ଏହି ଫିଲ୍ମଗୁଡ଼ିର କାହାଣୀ ସେ ନିଜେ ଲେଖିଥିଲେ । ସେ ୧୯୭୨ରେ ନିଜର ଫିଲ୍ମ ନିର୍ମାଣ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବଲିଉଡର ବହୁ ସେଲିବ୍ରେଟି ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.