fbpx

ଲକ୍-ଡାଉନରେ ମଦ ନମିଳିବାରୁ ପିଇଗଲା ସାନିଟାଇଜର, ଆଉ ତା’ପରେ..

Advertisement

ଦେଶରେ କରୋନା ଭାଇରସ୍ ବିସ୍ତାର ନହେବା ପାଇଁ ସାନିଟାଇଜର ବ୍ୟବହାର କରିବାକୁ ସରକାର ବିଶେଷଜ୍ଞମାନେ ନିବେଦନ କରିଛନ୍ତି । ନିକଟରରେ କୋଏମ୍ବାଟୁରରେ ଏହି ସାନିଟାଇଜର କାରଣରୁ ଜଣେ ବ୍ୟକ୍ତି ନିଜ  ଜୀବନ ହରାଇଛନ୍ତି ।

ତେବେ କୋଏମ୍ବାଟୁରରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ସାନିଟାଇଜର ପିଇଦେଇଥିଲେ, ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ଏକ ଏଜେନ୍ସିରେ ଗ୍ୟାସ ବିତରଣ ବାଳକ ଭାବରେ କାମ କରୁଥିଲେ ।

ରିପୋର୍ଟ ଅନୁଯାୟୀ, ସାନିଟାଇଜର ପିଇ ମୃତ୍ୟୁବରଣ କରିଥିବା ବର୍ନାର୍ଡ ନାମକ ଏହି ବ୍ୟକ୍ତିଙ୍କର ମଦ୍ୟପାନ କରିବାର ଖରାପ ଅଭ୍ୟାସ ଥିଲା। ଲକ୍-ଡାଉନ କାରଣରୁ ମଦ ନ ମିଳିବାରୁ ସେ ବହୁତ ରାଗି ଯାଇଥିଲେ। ଏହି ସମୟରେ ହାତକୁ ସଫା ରଖିବା ପାଇଁ ଏଜେନ୍ସି ଦ୍ଵାରା ଦିଆଯାଇଥିବା ସାନିଟାଇଜରକୁ ବ୍ୟକ୍ତି ଜଣକ ପିଇଦେଇଥିଲେ ।

ଏହା ପରେ ବର୍ନାର୍ଡଙ୍କ ପତ୍ନୀ ତାଙ୍କୁ ଡାକ୍ତରଖାନା ନେଇଥିଲେ କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପାଇଁ ବର୍ନାର୍ଡଙ୍କ ମୃତଦେହ ପଠାଯାଇଛି ଏବଂ ପୋଲିସ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି।

Get real time updates directly on you device, subscribe now.