fbpx

କେନ୍ଦ୍ର କୃଷକ ମନ୍ତ୍ରଣାଳୟର ନୂତନ ଅତିରିକ୍ତ ଅଫିସର ଭାବରେ ସଞ୍ଜୀବ ଚୋପ୍ରାଙ୍କୁ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ଭାବରେ ସଞ୍ଜୀବ ଚୋପ୍ରାଙ୍କୁ ଦାୟିତ୍ୱ ମିଳିଛି । ଓଡିଶା କ୍ୟାଡର ଆଇଏଏସ ଅଫିସର ଭାବରେ ମନୋଜ ଆହୁଜାଙ୍କୁ ନୂଆ ଶାସନ ସଚିବ ଭାବରେ ନିଯୁକ୍ତ ପାଇଥିଲେ । ଏହା ପୂର୍ବରୁ ମନୋଜ ଆହୁଜା କୃଷକ ମନ୍ତ୍ରଣାଳୟର ଦାୟିତ୍ୱରେ ଥିଲେ । ଓଡିଶାର ମୁଖ୍ୟ ଶାସନ ସଚିବ ପଦବୀ ପାଇବାରୁ ଏହି ପଦ ଖାଲି ପଡିଥିଲା । ଏବେ କୃଷକ ମନ୍ତ୍ରଣାଳୟରେ ସଞ୍ଜୀବ ଚୋପ୍ରାଙ୍କୁ ନିଯୁକ୍ତ କରାଯାଇଛି ।

ସୂଚନା ଅନୁସାରେ, ସଞ୍ଜୀବ ଚୋପ୍ରା ୧୯୯୦ ବ୍ୟାଚର ଆଇଏଏସ ଅଫିସର । ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିବାଗର ସଚିବ ରହିଛନ୍ତି । ଶ୍ରୀ ଚୋପ୍ରା ଏବେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ଭାର ନେବାକୁ ଯାଉଛନ୍ତି ।

Get real time updates directly on you device, subscribe now.