fbpx

ଛାଡିବେନି ଗାଦି; ଇସ୍ତଫା ପତ୍ର ଫେରାଇ ନେଲେ ଶରଦ ପାୱାର, ରହିବେ ଏନସିପି ଅଧ୍ୟକ୍ଷ

ନୂଆଦିଲ୍ଲୀ: ଏନସିପି ଅଧ୍ୟକ୍ଷ ପଦ ଲୋଭ ଛାଡି ପାରିନାହାନ୍ତି ଶରଦ ପୱାର । ସେଥିପାଇଁ ଇସ୍ତଫା ଦେବା ପରେ ବି ପୁଣି ଥରେ ସେ ଏହାକୁ ଫେରାଇ ନେଇଛନ୍ତି । ୱାଇବି ଚବହାଣ ସେଣ୍ଟରରେ ଏକ ପ୍ରେସ କନଫରେନ୍ସ ଜରିଆରେ ସେ ଇସ୍ତଫା ଫେରାଇ ନେବା ନେଇ ଘୋଷଣା କରିଛନ୍ତି । ତେବେ ଇସ୍ତଫା ପତ୍ର ଫେରାଇ ନେଇଥିଲେ ମଧ୍ୟ ଭବିଷ୍ୟତ ପାଇଁ ନୂଆ ପ୍ରାର୍ଥିଙ୍କ ଦାୟିତ୍ୱ ଦେବା ବିଷୟରେ ଇସାରା ଦେଇଛନ୍ତି ଅଧ୍ୟକ୍ଷ ଶରଦ ପୱାର ।

ଏନସିପି କମିଟି ତରଫରୁ ଶରଦ ପୱାରଙ୍କର ଏହି ଇସ୍ତଫା ପତ୍ରକୁ ନାମଞ୍ଜୁରୀ ଦେଇନାହିଁ । ୧୮ ଜଣିଆ ସଦସ୍ୟଙ୍କୁ ନେଇ ଗଠିତ ଏହି କମିଟି ତାଙ୍କୁ ପାର୍ଟିର ଅଧ୍ୟକ୍ଷ କରି ରଖିବା ପାଇଁ ନିଷ୍ପତ୍ତି ନେଇଛି । ରାଜନୀତିରେ ସକ୍ରିୟ ରହିଥିବା ବେଳେ ଶରଦ ପୱାର ଏନସିପି ପାର୍ଟିର ଅଧ୍ୟକ୍ଷ ହୋଇ ରହିବେ । ଏ ନେି ଶରଦ ପୱାର କହିଛନ୍ତି ଯେ, ମୁଁ ରାଜନୈତିକ ଜୀବନରେ ୬୬ ବର୍ଷ ପୂରଣ କରିସାରିଛି । ଏତେ ଲମ୍ବା କ୍ୟାରିୟର ପରେ ଏବେ ବିଶ୍ରାମ ନେବାକୁ ଚାହୁଁଛି । ତେବେ ମୋର ଏହି ନିଷ୍ପତ୍ତି ଏବଂ ଘୋଷଣା ପରେ କାର୍ଯ୍ୟକର୍ତ୍ତା ଏବଂ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ତେଣୁ ମୋର ପରାମର୍ଶ ଦାତା ମୋତେ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ତେଣୁ ଲୋକଙ୍କ ଅନୁରୋଧକୁ ଆଖି ଆଗରେ ରଖି ଇସ୍ତଫା ଫେରାଇନେବାକୁ ଅନୁରୋଧ ହୋଇଥିଲା ।

ତେଣୁ ସମସ୍ତଙ୍କ ଅନୁରୋଧକୁ ରକ୍ଷା କରି ମୁଁ ମୋ ଇସ୍ତଫାପତ୍ରକୁ ଫେରାଇ ନେଉଛି । ସମସ୍ତ ଦିଗକୁ ବିଚାର କରିବା ପରେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନିଷ୍ପତ୍ତିକୁ ପରିବର୍ତ୍ତନ କରିଛି । ତେବେ ଏହି ନିଷ୍ପତ୍ତି ପରେ ମଧ୍ୟ ପାର୍ଟିରେ ନୁୂଆ ନେତୃତ୍ୱର ନିର୍ମାଣ ହେବା ଆବଶ୍ୟକ ଏବଂ ଏଥିପାଇଁ ସେ କାମ କରିବେ ବୋଲି କହିଛନ୍ତି ଶରଦ ପୱାର ।

Get real time updates directly on you device, subscribe now.